Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତା ପ୍ରଶସ୍ତିକରଣ:ମାଟିରେ ମିଶିଲା ଗୋବିନ୍ଦତୋଲା ମଣ୍ଡପ, ଜିଲ୍ଲା ପ୍ରଶାସନ ନିକଟରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ଦାବି

ସମ୍ବଲପୁର:ସମ୍ବଲପୁର ସହରର ମୁଖ ଦ୍ୱାର କୁହାଯାଉଥିବା ଧନୁପାଲି ଓ ଗୋବିନ୍ଦତୋଲା ରେ ଦଶହରା ରେ ଆୟୋଜିତ ହେଉଥିବା ସାର୍ବଜନୀନ ଦୁର୍ଗା ପୂଜା ସହର ପାଇଁ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟି ଥାଏ l ଆଜିକୁ ଏହି ଗୋବିନ୍ଦତୋଲା ଛକ ରେ ଆୟୋଜିତ ହୋଇ ଆସୁଥିବା ଦୁର୍ଗାପୂଜା ଏଇ ଭିତରେ 55 ବର୍ଷ ବିତିଗଲାଣି ହେଲେ ଜେଲ ଛକ ରୁ ଧନୁପାଲି ଛକ ରାସ୍ତା କୁ ଦୁଇଥାକିଆ ରାସ୍ତା କରାଯିବା ଦ୍ୱାରା ଗୋବିନ୍ଦତୋଲା ଛକ ରେ ନିର୍ମିତ ଦୁର୍ଗାପୂଜା ମଣ୍ଡପ କୁ ଭାଙ୍ଗି ଦିଆଯାଇଥିଲା l ଆଉ କିଛି ଦିନ ପରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହେବାକୁ ଥିବାବେଳେ ମାଁ ଭୁବନେଶ୍ୱରୀ ଙ୍କର ପୂଜା ଆରାଧନା ପାଇଁ ମଣ୍ଡପ ନାହିଁ, ଯାହାକି ଦୁର୍ଗା ପୂଜା କମିଟି ତଥା ଅଂଚଳବାସୀ ଙ୍କୁ ଚିନ୍ତା ରେ ପକାଇଛି l ଦୀର୍ଘ ଦିନ ହେଲା ଏହି ରାସ୍ତା ର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଆଜିଯାଏ ସମାପ୍ତ ହୋଇପାରିନାହିଁ l
ସୂଚନାଯୋଗ୍ୟ ଯେ, ଗୋବିନ୍ଦତୋଲା ଛକ ରୁ ଗୋବିନ୍ଦତୋଲା ପୁରୁଣା ହରଡ଼ଜୋର ବ୍ରିଜ ତଥା ଗୋବିନ୍ଦତୋଲା ବସ୍ତି କୁ ଯିବା ପାଇଁ ଦୁଇଟି ରାସ୍ତା ର ବ୍ୟବସ୍ଥା ଆଗରୁ ରହି ଆସିଛି l ସାଧନା ର ସଭାପତି ସୂର୍ଯ୍ୟ ପାଣିଗ୍ରାହୀ ଜିଲ୍ଲା ପ୍ରଶାସନ ପାଖରେ ଏକ ପ୍ରେସ ବିବୃତି ରେ ଦାବୀ ଜଣାଇଛନ୍ତି ଯେ ଧନୁପାଲି ପଟରୁ ଆସୁଥିବା ସାମ୍ନା ସ୍ଥାନରେ ତଥା ପୂର୍ବରୁ ଆୟୋଜିତ ହେଉଥିବା ଦୁର୍ଗାପୂଜା ମଣ୍ଡପ ସ୍ଥାନରେ ସେହି ରାସ୍ତା କୁ ବନ୍ଦ କରି ମାଁ ଭୁବନେଶ୍ୱରୀ ଙ୍କର ମଣ୍ଡପ ନିର୍ମାଣ କରାଯାଉ ଏବଂ ଅନ୍ୟ ରାସ୍ତା କୁ ଗୋବିନ୍ଦତୋଲା ବସ୍ତି କୁ ଯିବାପାଇଁ ବ୍ୟବସ୍ଥା କରାଯାଉ l ସେହି ସ୍ଥାନରେ ଦୁର୍ଗାପୂଜା ମଣ୍ଡପ ଟି ନିର୍ମାଣ ହେଲେ ଧନୁପାଲି ଛକ ରୁ ସାମ୍ନା ସମନି ହେବା ସହ ଶ୍ରଦ୍ଧାଳୁ ଦର୍ଶକ ଙ୍କ ପାଇଁ ମଧ୍ୟ୍ୟ ସୁବିଧା ହେବ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି l
ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିନିମନ୍ତେ ନିଷ୍ପତ୍ତି ନିଅନ୍ତୁ ଓ ସାମ୍ନା ରାସ୍ତା ରେ ମଣ୍ଡପ ନିର୍ମାଣ କରି ପଛ ରାସ୍ତା କୁ ବସ୍ତି ରାସ୍ତା ସହ ସଂଯୋଗ କରାଯାଉ, ଯଦ୍ୱାରା ସୁରୁଖୁରୁରେ ଶାରଦୀୟ ଦୁର୍ଗା ପୂଜା ଆୟୋଜନ ହେବା ସଂଗେ ସଂଗେ ଯାତାୟାତ ରେ ମଧ୍ୟ୍ୟ ଲୋକେ ଉପକୃତ ହେବେ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ