Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ବିବାଦୀୟ ବିଦ୍ୟୁତ୍ ବିଲର ସମାଧାନ ପାଇଁ କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାରେ ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ

ସମ୍ବଲପୁର /ବୁର୍ଲା: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଡବ୍ଲ୍ୟୁଓଡିଏଲ୍) ଏକ ଅଗ୍ରଣୀ ବିଦ୍ୟୁତ୍ ବିତରଣ କମ୍ପାନୀ ଭାବେ ବିଦ୍ୟୁତ୍ ଉପଭୋକ୍ତାଙ୍କ ବିବାଦୀୟ ବିଦ୍ୟୁତ୍ ବିଲର ସଂଶୋଧନ ଲାଗି କଳାହାଣ୍ଡି ଜିଲ୍ଲା ଏବଂ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଳିତ ଅଗଷ୍ଟ ମାସ ପାଇଁ ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠ (GRF Camp)ର ଆୟୋଜନ କରୁଅଛି । ଏଣୁ ଏହି ଦୁଇ ଜିଲ୍ଲାର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ଅନୁରୋଧ କରାଯାଉଅଛି ଯେ, ନିମ୍ନଲିଖିତ ଧାର୍ଯ୍ୟ ତାରିଖ ଅନୁଯାୟୀ ନିଜ ନିଜ ଅଞ୍ଚଳରେ ସେମାନେ ଉପସ୍ଥିତ ରହି ବାକିଥିବା ବିବାଦୀୟ ବିଦ୍ୟୁତ୍ ବିଲକୁ ନେଇ ଅଭିଯୋଗ ପଞ୍ଜିକୃତ ତଥା ସମାଧାନ କରିପାରିବେ ।
ସୂଚନାଥାଉକି, କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାରେ ଅବସ୍ଥିତ ଟିପିଡବ୍ଲ୍ୟୁଓଡିଏଲର ବିଭିନ୍ନ ସବ୍-ଡିଭିଜନ୍ ଅଫିସ୍ ମାନଙ୍କରେ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯାଉଅଛି । କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସ୍ଥିତ ସବ-ଡିଭିଜନ ଅଫିସ୍ ଠାରେ ଆଗାମୀ ଅଗଷ୍ଟ ୬ତାରିଖ ଦିନ, ଭବାନୀପାଟନା ସବ-ଡିଭିଜନ ଅଫିସ୍-୨ ଠାରେ ଅଗଷ୍ଟ ୭ ତାରିଖ ଦିନ, ଧର୍ମଗଡ଼ ସ୍ଥିତ ସବ-ଡିଭିଜନ ଅଫିସ୍ ଠାରେ ଅଗଷ୍ଟ ୮ ତାରିଖ ଦିନ, ନର୍ଲା ସ୍ଥିତ ସବ-ଡିଭିଜନ ଅଫିସ୍ ଠାରେ ଅଗଷ୍ଟ ୯ ତାରିଖ ଦିନ, ଚାରବାହଲ ସ୍ଥିତ ସବ-ଡିଭିଜନ ଅଫିସ୍ ଠାରେ ଅଗଷ୍ଟ ୧୩ ତାରିଖ ଦିନ, କେସିଙ୍ଗା ସ୍ଥିତ ସବ-ଡିଭିଜନ ଅଫିସ୍ ଠାରେ ଅଗଷ୍ଟ ୧୪ ତାରିଖ ଦିନ, ବିଶ୍ୱନାଥପୁର ସ୍ଥିତ ସେକ୍ସନ ଅଫିସ୍ ଠାରେ ଅଗଷ୍ଟ ୨୦ ତାରିଖ ଦିନ, ଭବାନୀପାଟନା ସବ-ଡିଭିଜନ ଅଫିସ୍-୨ ଠାରେ ଅଗଷ୍ଟ ୨୩ ତାରିଖ ଦିନ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯାଉଅଛି।
ସେହିପରି ନୂଆପଡ଼ା ଜିଲ୍ଲାର ଖରିଆର ସ୍ଥିତ ସବ-ଡିଭିଜନ ଅଫିସ୍ ଠାରେ ଆଗଷ୍ଟ ୨୧ତାରିଖ ଦିନ ଏବଂ ନୂଆପଡ଼ା ସ୍ଥିତ ସବ-ଡିଭିଜନ ଅଫିସ୍ ଠାରେ ଅଗଷ୍ଟ ୨୨ତାରିଖ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯାଉଅଛି ।
ତେଣୁ ଏହି ଲୋକାଭିମୁଖି କାର୍ଯ୍ୟକ୍ରମର ଲାଭ ଉଠାଇ ବାକିଥିବା ଆପଣଙ୍କର ବିବାଦୀୟ ବିଦ୍ୟୁତ୍ ବିଲର ସମାଧାନ କରି ନିରବଚ୍ଛିନ୍ନ ତଥା ନିରନ୍ତର ବିଦ୍ୟୁତ୍ ସେବା ଉପଭୋଗ କରିବାକୁ ଅନୁରୋଧ କରାଯାଇଛି।