ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡ଼ିଶା ସରକାରଙ୍କ ଗୃହ ବିଭାଗ ଦ୍ବାରା ମନୋନୀତ ବିଶେଷଜ୍ଞ କମିଟି (ଶିଶୁ ସୁରକ୍ଷା) ଓ ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୋନପୁର ଉପକାରାଗାର ପରିଦର୍ଶନ କରିଛନ୍ତି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା କୁମଦିନି ମୁଦୁଲିଙ୍କ ତତ୍ତ୍ବାବଧାନରେ କମିଟିର ପ୍ରଫେସର୍ ନିଲାମ୍ବର ଶତପଥୀ, ହେମନ୍ତ କୁମାର ସା ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର ପ୍ରମୁଖ ସୋନପୁର କାରାଗାରକୁ ପରିଦର୍ଶନ କରିଥିଲେ। ଏହି ଅବସରରେ କମିଟି ପକ୍ଷରୁ କାରାଗାରର ର ଅନ୍ତେବାସୀଙ୍କ ସହିତଏକ କ୍ୟାମ୍ପ ର ଆୟୋଜନ କରାଯାଇଥିଲା ଏବଂ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ଆଇନ ସହିତ ଦ୍ବନ୍ଦରେ ଥୂବା ଶିଶୁ ଶିଶୁ ଚିହ୍ନଟ କରିଥିଲେ। କିନ୍ତୁ ଏଥିରେ କୌଣସି ଆଇନ ସହ ଦ୍ବନ୍ଦରେ ଥିବା ଶିଶୁ ପାଇ ନ ଥିଲେ। ଉକ୍ତ ପରିଦର୍ଶନ ସମୟରେ ଉପକାରାଗାର ର ଅଧ୍ଯକ୍ଷ ଡିଲେଶ୍ବର ଜେନା ସହଯୋଗ କରିଥିଲେ।