Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଯୁଯୋମୁରା ଓଭର ବ୍ରିଜରେ ପାଣି,ଗମନାଗମନ ବାଧାପ୍ରାପ୍ତ

ସମ୍ବଲପୁର/ଯୁଯୋମୁରା :ଆଜି ଠୁ ଏତେ,ଆଗକୁ କେତେ।ଏଭଳି ଏକ ପ୍ରଶ୍ନ ଊଙ୍କି ମାରିଛି ଯୁଯୋମୁରା ଅଞ୍ଚଳରେ।
ଯୁଯୋମୁରା ଥାନା ଛକ ଠାରୁ ଯୁଯୋମୁରା କୁ ଯିବା ରାସ୍ତାରେ ରେଲୱେ କ୍ରସିଙ୍ଗ ପଡୁଥିବାରୁ ଲୋକଙ୍କୁ ନାହିଁ ନଥିବା ହଇରାଣ ହେବାକୁ ପଡୁଥିଲା।ବେଳେ ବେଳେ ଦୀର୍ଘ ସମୟ ଧରି ଅଟକି ରହିବାକୁ ପଡୁଥିବାରୁ ଧନ ଜୀବନ ନଷ୍ଟ ସହିତ ଦିନକୁ ଦିନ ସମସ୍ୟା ବଢ଼ୁଥିଲା।ଫଳରେ ଏଠାରେ ଏକ ଫ୍ଲାଇଓଭର ନିର୍ମାଣ ପାଇଁ ଦାବି ଉଠିଲା ।ରେଲ କର୍ତ୍ତୃପକ୍ଷ ମଧ୍ୟ ଏହାକୁ ହୃଦବୋଧ କଲେ ।କିନ୍ତୁ ନେତାଙ୍କ ସ୍ୱର ଶାଣୀତ ନହେବାରୁ ଓ କର୍ତ୍ତୃପକ୍ଷଙ୍କ କଥାରେ ରାଜି ହୋଇଯିବାରୁ ଫ୍ଲାଇଓଭର ବଦଳରେ ଏକ ଓଭର ବ୍ରିଜ୍ କରି କାମ ସାରିଦେଲେ ରେଲୱେ ବିଭାଗ।ଅବଶ୍ୟ ଏହାକୁ ନେଇ ସେତେବେଳେ ଅନେକ ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ବର୍ଷା ଦିନ ଏହା ସମସ୍ୟାର କାରଣ ସାଜିବ।ଜଳ ନିଷ୍କାସନ ପାଇଁ ସୁବିଧା ନଥିବାରୁ ଏହି ରାସ୍ତା ଯାତ୍ରୀଙ୍କ ପାଇଁ କାଳ ସାଜିବ ବୋଳି ଯେଉଁ ସ୍ୱର ଉଠୁଥିଲା ତାହା ଏବେ ସତ ହେବାକୁ ଯାଉଛି। କମ୍ ବୃଷ୍ଟିପାତରେ ଯଦି ଆଜି ଏତିକି ଆଗକୁ କେତେ ବୋଲି ଏବେ ଯୁଯୋମୁରା ଅଞ୍ଚଳର ଗଳି କନ୍ଦିରେ ଚର୍ଚା ଆରମ୍ଭ ହୋଇଛି।
ଏହା ନିତି ଦିନିଆ ସ୍ଥାୟୀ ରାସ୍ତା ଭଳି ସମ୍ଭବ ନୁହେଁ।ଏହି ରାସ୍ତା ଉପରେ ଜମି ରହୁଥିବା ପାଣି ନିଷ୍କାସନ ମୋଟର ପମ୍ପ ବିନା ଅନ୍ୟ କୌଣସି ସାଧନ ନଥିବାରୁ ତୁରନ୍ତ ଏଠାରେ ଏକ ଫ୍ଲାଇଓଭର ନିର୍ମାଣ କରିବାକୁ ଅଞ୍ଚଳର ସାମାଜିକ କର୍ମୀ ଡା.ରାଜାରାମ ଷଡଙ୍ଗୀଙ୍କ ସହିତ ଅନେକ ଅଞ୍ଚଳବାସୀ ସ୍ୱର ମିଶାଇ ଦାବି ଜଣାଇଛନ୍ତି।