Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିନେଶ ଫୋଗାଟଙ୍କ ଦମଦାର ପ୍ରଦର୍ଶନ,  ସେମିରେ ପହଞ୍ଚିଲେ

ପ୍ୟାରିସ: ଭାରତର ତାରକା ରେସଲର ଭିନେଶ ଫୋଗାଟ କୁସ୍ତିରେ ଦମଦାର ପ୍ରଦର୍ଶନ କରି ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେ କ୍ଵାର୍ଟର ଫାଇନାଲ୍‌ରେ ୟୁକ୍ରେନର ଓକ୍ସାନା ଲିଭାଚକୁ ୭-୫ରେ ହରାଇଛନ୍ତି। ଆଜି ରାତି ୧୦ଟା ୧୫ ମିନିଟରେ ଗୁଜମାନ ଲୋପେଜଙ୍କ ସହ  ଫୋଗାଟ୍‌ଙ୍କ ସେମି ଫାଇନାଲ୍‌ ମୁକାବିଲା ହେବ।

ଏହା ପୂର୍ବରୁ ପ୍ରଥମ ରାଉଣ୍ଡରେ ହିଁ ଡିଫେଣ୍ଡିଂ ଅଲିମ୍ପିକ୍ସ ଚାମ୍ପିଅନଙ୍କୁ ହରାଇଥିଲେ ଭିନେଶ। ଏହି ତାରକା ମହିଳା ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତି ମୁକାବିଲାରେ ଜାପାନର ୪ ଥରର ବିଶ୍ଵ ଚାମ୍ପିଅନ ୟୁଇ ସୁସାକିଙ୍କୁ ୩-୨ରେ ହରାଇ କ୍ଵାର୍ଟର ଫାଇନାଲରେ ପହଞ୍ଚିଥିଲେ। ଜାପାର ଏହି ପହିଲମାନଙ୍କ ଅନ୍ତର୍ଜାତୀୟ କୁସ୍ତିରେ ପ୍ରଥମ ପରାଜୟ ଭୋଗିଛନ୍ତି। ତାଙ୍କୁ ହରାଇ ଭିନେଶ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି।

ଭିନେଶଙ୍କ ବିପକ୍ଷରେ ଶେଷ କିଛି ସେକେଣ୍ଡ ପୂର୍ବରୁ ସୁସାକି ୨-୦ରେ ଅଗ୍ରଣୀ ହାସଲ କରିଥିଲେ। ନିଜର ତୃତୀୟ ଅଲିମ୍ପିକ୍ସ ଖେଳୁଥିବା ଭିନେଶ ନିଜ ଅନୁଭବର ପୁରା ଉପଯୋଗ କରି ଶେଷ ପାଞ୍ଚ ସେକେଣ୍ଡରେ ଜାପାନର ଚାମ୍ପିଅନ ପହିଲମାନଙ୍କୁ ଟେକଡାଉନ କରି ଦୁଇ ଅଙ୍କ ହାସଲ କରିବାରେ ସଫଳ ରହିଥିଲେ। ଶେଷରେ ସେ ମ୍ୟାଚ୍‌କୁ ୩-୨ରେ ଜିତି ନେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ