ରେଙ୍ଗାଲି ପି.ଏଚ.ସି କୁ ସି.ଏଚ.ସି ରେ ଉନ୍ନୀତ କରିବା ପାଇଁ ମୁକେଶ ଙ୍କୁ ଦାବି କଲେ ନାଉରୀ

ଭୁବନେଶ୍ୱର:ସମ୍ବଲପୁର ଜିଲ୍ଲା ରେ ରେଙ୍ଗାଲି ବ୍ଲକ ହେଉଛି ଏକ ଶିଳ୍ପ ସମୃଦ୍ଧ ଓ ଖଣି ଖାଦାନ ର ଅଞ୍ଚଳ । ବିଗତ ଦୁଇ ଦଶନ୍ଧି ମଧ୍ୟରେ ଅଞ୍ଚଳ ରେ ଗଢି ଉଠିଛି ଅନେକ ବୃହତ୍ ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠାନ ମାନ । ଏହା ସହିତ କୋଇଲା ଖଣି ମଧ୍ଯ ରହିଛି ଏହି ଅଞ୍ଚଳ । ଏଥି ପାଇଁ ଦୃତ ଗତିରେ ବୃଦ୍ଧି ପାଇଛି ଏ ଅଞ୍ଚଳ ର ଜନସଂଖ୍ୟା । ରେଙ୍ଗାଲି ଅଞ୍ଚଳ ରୁ ରାଜ୍ୟ ରାଜ କୋଷ କୁ ଯାଉଛି ବିପୁଳ ପରିମାଣର ରାଜସ୍ବ । ହେଲେ ତାର ଅନୁପାତ ରେ ହୋଇପାରି ନାହିଁ ଅଞ୍ଚଳ ର ବିକାଶ । ଜନସଂଖ୍ୟା ବୃଦ୍ଧି ହିସାବ ରେ ତୁଳନାତ୍ମକ ଭବେ ବଢ଼ିଛି ସଧାରଣ ରୋଗୀ ଙ୍କ ସଂଖ୍ୟା । ଜନସଂଖ୍ୟା ସଙ୍ଗେ ସଙ୍ଗେ ଅଞ୍ଚଳ ରେ ବଢ଼ିଛି ଯାନବାହାନ ସଂଖ୍ୟା ଓ ଭାରୀ ଯାନ ର ଯାତାୟାତ । ଏଥି ପାଇଁ ଘଟୁଛି ଅନେକ ଛୋଟ ବଡ଼ ଦୁର୍ଘଟଣା ମାନ ।
ଏହା କୁ ଦୃଷ୍ଟି ରେ ରଖି ରେଙ୍ଗାଲି ରେ ଥିବା ପୁରୁଣା ପି.ଏଚ.ସି କୁ ଉନ୍ନୀତ କରି ସି.ଏଚ୍.ସି ରେ ପରିବର୍ତ୍ତନ କରିବା ପାଇଁ ବହୁ ଦିନ ରୁ ଦାବୀ ହୋଇ ଆସୁଛି । ରେଙ୍ଗାଲି ର ପୂର୍ବତନ ବିଧାୟକ ନାଉରୀ ନାୟକ ବିଧାୟକ ହେବା ପୂର୍ବରୁ ଓ ବିଧାୟକ ହେଲା ପରେ ମଧ୍ଯ ବାରମ୍ବାର ଦାବୀ କରି ଆସୁଥିଲେ । ରାଜନୈତିକ ବିଦ୍ୱେଷ କାରଣ ରୁ ପୂର୍ବ ସରକାର୍ ଏହା ଗୁରୁତ୍ୱପୂର୍ଣ୍ଣ ଓ ଜରୁରୀ ଦାବୀ ପ୍ରତି କର୍ଣ୍ଣପାତ କରିନଥିଲେ ।
ବର୍ତ୍ତମାନ ରାଜ୍ୟ ରେ ବିଜେପି ସରକାର ସଙ୍ଗେ ଡବଲ ଇଞ୍ଜିନ ସରକାର । ଏହାକୁ ଦୃଷ୍ଟି ରେ ରଖି ରେଙ୍ଗାଲି ର ପୁର୍ବତନ ବିଧାୟକ ନାଉରୀ ନାୟକ ଆଜି ଭୁବନେଶ୍ୱର ଠାରେ ରାଜ୍ୟ ର ସ୍ଵାସ୍ଥ୍ୟ ଓ ପାରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଙ୍କୁ ଭେଟି ରେଙ୍ଗାଲି ପି.ଏଚ.ସି କୁ ସି.ଏଚ.ସି ରେ ଉନ୍ନୀତ କରିବା ପାଇଁ ଦାବୀ କରିଛନ୍ତି । ଖୁବ ଶିଘ୍ର ଏହା ଉପରେ ପଦକ୍ଷେପ ଗ୍ରହଣ କରିବେ ବୋଲି ସ୍ଵାସ୍ଥ୍ୟ ମନ୍ତ୍ରି ଡ. ମହାଲିଙ୍ଗ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜାକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି ।