Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ରସର ଗୁଣ୍ଡ ଚାଲିଛି ଜାତୀୟ ରାଜପଥ ମତାମତି:ବ୍ୟତିବ୍ୟସ୍ତ ବନଦୂର୍ଗା ଦୋକାନୀ ସଂଘର ରାସ୍ତା ଅବରୋଧ ପାଇଁ ଚେତାବନି

ସମ୍ବଲପୁର:ବର୍ଷା ଋତୁରେ ବର୍ତ୍ତମାନ ସ୍ଥିତିରେ ଜାତୀୟ ରାଜପଥ ଗୌଡ଼ପାଲି ଠାରୁ ଜମନକିରା ଯାଏଁ ଯାତାୟତ ପାଇଁ ଦୁର୍ବିସହ ହୋଇପଡ଼ିଛି। ତେବେ ସୂଚନା ଯୋଗ୍ୟ ଯେ, ଏହି ରାସ୍ତା ସମ୍ପୂର୍ଣ୍ଣ ନୂତନ ଭାବରେ ନିର୍ମାଣ ପାଇଁ ଏକ ଠିକା ସଂସ୍ଥା ନିୟୋଜିତ କରିଛି ଜାତୀୟ ରାଜପଥ ପ୍ରାଧିକରଣ କାର୍ଯ୍ୟାଳୟ। ବିଭିନ୍ନ ଗ୍ରାମରୁ ଓ ସଚେତନ ନାଗରିକ କମିଟି ମାନଙ୍କ ଚାପରେ କମ୍ପାନୀ କିଛିଟା ମରାମତି କାର୍ଯ୍ୟ ଆରମ୍ଭ କରିଅଛି। କିନ୍ତୁ ଦୁଃଖର ବିଷୟ ମରାମତି ନାଆଁରେ ବଡ଼ ବଡ଼ ଗର୍ତ୍ତ ଗୁଡିକରେ କ୍ରସର ଗୁଣ୍ଡରେ ପୋତି ଦେଉଅଛି ଠିକା ସଂସ୍ଥା। ଫଳରେ ବର୍ଷା ଟିକିଏ ବନ୍ଦ ହେଲେ ଉକ୍ତ ରାସ୍ତାରେ କ୍ରସର ଗୁଣ୍ଡ ଉଡି କୁହୁଡ଼ିର ଭ୍ରମ ସୃଷ୍ଟି ହେଉଛି। ବନଦୂର୍ଗା ମନ୍ଦିର ସାମନାରେ ଥିବା ଦୋକାନୀ ଓ ହୋଟେଲ ଗୁଡିକରେ ଗୁଣ୍ଡ ଉଡି ବିଭିନ୍ନ ଖାଇବା ଜିନିଷରେ ଆବରଣ ଭଳି ପଡୁଛି। ଫଳରେ ଏହି ଦୋକାନ ଗୁଡ଼ିକର ଖାଉଟିମାନେ ଏହି ଦୋକାନ ଗୁଡ଼ିକରେ ନିର୍ଭର କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି। ଯଦ୍ୱାରା ଦୋକାନୀ ମାନେ ବହୁତ କ୍ଷତିରେ ରହୁଛନ୍ତି।
ତେବେ ଏହି ରାସ୍ତାରେ ଏଭଳି କ୍ରସର ଗୁଣ୍ଡ ନ ପକାଇ ସଂପୂର୍ଣ୍ଣ ଭାବେ ପିଚୁ ପକାଇ ମରାମତି ନ କଲେ ବନଦୂର୍ଗା ଦୋକାନୀ ସଂଘ ଓ ଆଞ୍ଚଳିକ ସଚେତନ ନାଗରିକ କମିଟି ଆଗାମୀ ଦିନରେ ରାଜପଥ ଅବରୋଧ କରିବେ ବୋଲି ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ