Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଆଇନ ମଦ ବିକ୍ରି ଅଭିଯୋଗରେ ଭୋଜପୁର ଢାବା ମାଲିକଙ୍କୁ ଗିରଫ କଲା ଅବକାରୀ ବିଭାଗ

ସମ୍ବଲପୁର:ଜମନକିରା ବ୍ଲକ ଅନ୍ତର୍ଗତ ଭୋଜପୁର ର ଗାୟତ୍ରୀ ଢ଼ାବା ଠାରେ ବେଆଇନ ଭାବେ ମଦ ବିକ୍ରୟ ହେଉଥିବା ନେଇ ଖବର ପାଇ ମଙ୍ଗଳବାର ଦିନ କୁଚିଣ୍ଡା ଅବକାରୀ ବିଭାଗ ପକ୍ଷରୁ ଉକ୍ତ ସ୍ଥାନ ରେ ଚଢାଉ କରାଯାଇଥିଲା । ଉକ୍ତ ଚଢାଉ ରେ ସଂପୃକ୍ତ ଢ଼ାବା ଠାରୁ ପ୍ରାୟ ୩୮ ଲିଟର ବିୟର, ୧୫ ଲିଟର ବିଦେଶୀ ମଦ ଓ ୧୪ ଲିଟର ଦେଶୀ ମଦ ଜବତ ହୋଇଛି। ବେଆଇନ ମଦ ବ୍ୟବସାୟ ଅଭିଯୋଗ ରେ ଢ଼ାବା ମାଲିକ ରାଧାକାନ୍ତ ବେହେରା ଙ୍କୁ ଅବକାରୀ ବିଭାଗ ଗିରଫ କରିବା ସହ କୁଚିଣ୍ଡା କୋର୍ଟ କୁ ଚାଲାଣ କରିଥିବା ବେଳେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି। ଉକ୍ତ ଚଢାଉ ରେ ଅବକାରୀ ବିଭାଗ ଡିଏସଇ କୈଳାସ ଚନ୍ଦ୍ର ଦେହୁରୀ, ସୂଚନା ରହିଛି। କୁଚିଣ୍ଡା ରେଞ୍ଜ ଅବକାରୀ ଅଧିକାରୀ ଦେବରାଜ ଖମାରୀ, ଅବକାରୀ ଅଧିକାରୀ ଟଙ୍କଧର କିସାନ, ଅଭିଳାଷ ବେହେରା, କୌସିକ ତ୍ରିପାଠୀ, ମଞ୍ଜେସ ଲମଗା ଓ ଆରାଧନା ତିଗା ଙ୍କ ସହ ଅନ୍ୟ ମାନେ ଶାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ