Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟାଳୟର ପାହ୍ୟାବୃଦ୍ଧି ସତ୍ତ୍ୱେ ହେଉନାହିଁ ଶିକ୍ଷକ ନିଯୁକ୍ତି, ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର

ସମ୍ବଲପୁର: ଜମନକିରା ବ୍ଲକ କୁଲୁଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ କଦଳିପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଚଳିତ ଶିକ୍ଷା ବର୍ଷରେ ସମ୍ୱଲପୁର ଗଣ ଶିକ୍ଷା ବିଭାଗ ଦ୍ଵାରା ପାହ୍ୟାବୃଦ୍ଧି କରାଯାଇଅଛି। ବିଦ୍ୟାଳୟଟି ପ୍ରଥମେ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ବର୍ତ୍ତମାନ ତହିଁରେ ନବମ ଓ ଦଶମ ଶ୍ରେଣୀ ମଧ୍ୟ ମିଶାଇଛନ୍ତି ବିଭାଗ। ବିଦ୍ୟାଳୟରେ ମୋଟ ପାଞ୍ଚ ଜଣ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଥିବା ବେଳେ ବର୍ତ୍ତମାନ ହାଇସ୍କୁଲ ଶିକ୍ଷକ ଆବଶ୍ୟକ ପଡୁଅଛି। ଖରା ଛୁଟି ପରେ ଚଳିତ ଶିକ୍ଷା ବର୍ଷ ଜୁନ ୨୨ ତାରିଖରୁ ଆରମ୍ଭ ହୋଇଅଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ମାସେ ଉପରେ ଶିକ୍ଷା ବର୍ଷ ସରି ଯାଇଥିବା ବେଳେ ନବମ ଶ୍ରେଣୀରେ ଥିବା ୨୧ ଜଣ ଛାତ୍ର ଛାତ୍ରୀଙ୍କ ବର୍ତ୍ତମାନ ଯାଏଁ ପାଠ ପଢା ଆରମ୍ଭ ହୋଇ ନାହିଁ। ବିଦ୍ୟାଳୟରେ ଥିବା ପାଞ୍ଚ ଜଣ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଯାହା ଟିକିଏ ପାଠ ପଢଉଛନ୍ତି ସେଥିରେ ଛାତ୍ର ଛାତ୍ରୀଙ୍କ ପାଠ ପଢା ଠିକ୍ ଭାବରେ ଆଗକୁ ବଢ଼ୁନାହିଁ। ଫଳରେ ଛାତ୍ର ଛାତ୍ରୀ ଓ ଅଭିଭାବକ ତାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ଓ ଅଭିଭାବକ ମାନେ ଏକାଧିକ ଥର ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳଙ୍କୁ ଲିଖିତ ଅନୁରୋଧ କରିଥିଲେ ମଧ୍ୟ ନିଯୁକ୍ତି ଖୁବ୍ ଶୀଘ୍ର ଦିଆଯିବ ବୋଲି କହିଛନ୍ତି କିନ୍ତୁ ଆଜିଯାଏଁ ଜଣେ ହେଲେ ବି ଶିକ୍ଷକ ନିଯୁକ୍ତି ହୋଇନାହିଁ। ଫଳରେ ଜାଣି ଶୁଣି ଶିକ୍ଷା ବିଭାଗ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦେଉଛି ବୋଲି ଅଭଭାବକମାନେ ଅଭିଯୋଗ କରିଛନ୍ତି। ତେବେ ଆଜି ପରିଚାଳନା କମିଟି ସଦସ୍ୟ ଓ ଅଭିଭାବକ ମାନେ ବିଦ୍ୟାଳୟରେ ବୈଠକ କରି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଥିବାର ସୂଚନା ମିଳିଛି। ଆଗାମୀ ଅଳ୍ପ ଦିନରେ ଶିକ୍ଷକ ନିଯୁକ୍ତି ନ ହେଲେ ବିଦ୍ୟାଳୟରେ ତାଲା ପକାଇବା ନିଶ୍ଚିତ ବୋଲି ଅଭିଭାବକ ମାନେ ଚରମ ନିଷ୍ପତ୍ତି ଗ୍ରହଣ କରିଥିଵା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ