Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ନିଶ୍ଚେତକ ଡାକ୍ତର ପାଇଲେ ନିଯୁକ୍ତି

ସମ୍ବଲପୁର: ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ରେ ନିଶ୍ଚେତକ ଡାକ୍ତର ଙ୍କ ନିଯୁକ୍ତି ।ଦୀର୍ଘ ଦିନଧରି ଖାଲି ପଡିଥିବା ଏହି ପଦବୀ ପୂରଣ ହୋଇଥିବାରୁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଙ୍କୁ ଧନ୍ୟବାଦ ଜଣାଇଛି ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ।
ତିନି ମାସ ପୂର୍ବରୁ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଭେଟି ଦାବି କରିଥିଲେ । ସ୍ଵାସ୍ଥ୍ୟ ଓ ପାରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଙ୍କ ସମ୍ବଲପୁର ଗସ୍ତ ସମୟ ରେ ମଧ୍ଯ ମଞ୍ଚ ର ସଦସ୍ୟ ସଦସ୍ୟା ଗଣ ସାକ୍ଷାତ କରି ସମ୍ବଲପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ନିଶ୍ଚେତକ ଡାକ୍ତର ପଦବୀ ଭର୍ତ୍ତି ପାଇଁ ଅନୁରୋଧ କରିଥିଲେ ।
ବହୁ ବର୍ଷ ଧରି ମୁଖ୍ୟ ଚିକିତ୍ସାଳୟ ରେ ନିଶ୍ଚେତକ ଡାକ୍ତର ପଦବୀ ଖାଲି ପଡ଼ି ରହିଥିଲା । ସଧାରଣ ଅସ୍ତ୍ରୋପଚାର ଟିଏ ମଧ୍ଯ ହୋଇ ପାରୁ ନଥିଲା । ଛୋଟିଆ ରୁ ଛୋଟିଆ ଅସ୍ତ୍ରୋପଚାର ଟିକେ ପାଇଁ ମଧ୍ଯ ନର୍ସିଂ ହୋମ୍ ଉପରେ ରୋଗୀଙ୍ଲୁ ନିର୍ଭର କରିବାକୁ ପଡୁଥିଲା।ଏପରିକି ଗରୀବ ଲୋକେ ଆଶ୍ରା କରୁଥିଲେ ବୁର୍ଲ ଭିମସାର ଉପରେ । ବିଭିନ୍ନ ସମୟ ରେ ବିଭିନ୍ନ ଅନୁଷ୍ଠାନ ମାନଙ୍କ ପକ୍ଷରୁ ମଧ୍ଯ ଦାବି ହୋଇ ଆସୁଥିଲା ।ବର୍ତ୍ତମାନ ଏହି ପଦବୀ ପୂରଣ ହୋଇଥିବାରୁ ସମ୍ବଲପୁର ବାସୀଙ୍କ ମନରେ ଆଶ୍ୱସ୍ତି ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ