Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଳିକାଣ୍ଡରେ ପିଏସଓ ଙ୍କ ସମେତ ୨ ମୃତ୍ୟୁ ଘଟଣା, ଅତ୍ୟଧିକ ମଦ୍ୟପାନ ହିଁ ମୁଖ୍ୟ କାରଣ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚୁଲିମାଲ ଗ୍ରାମରେ ଗତ ୬ ତାରିଖ ଦିନ ଘଟିଥିବା ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏ ନେଇ ଆଜି ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ କୁମାର ଲାଲ। ଘଟଣା ଦିନ ସକାଳୁ ପିଏସଓ ମନୋଜ ଝାଙ୍କର, ତାଙ୍କ କାକା ପୁଅ ଭାଇ ଓ ସାଙ୍ଗ ମାନଙ୍କ ଭୋଜି ସହ ମଦ୍ୟପାନ ର ଆସର ଜାମିଥିଲା। ଅତ୍ୟଧିକ ନିଶା ହୋଇଥିବାରୁ ସାଙ୍ଗରେ ଥିବା ତାଙ୍କ କକା ପୁଅ ଭାଇ ଶେଷଦେବ ମନୋଜଙ୍କ ସର୍ଭିସ୍ ରିଭଲଭର୍ ଛଡ଼ାଇ ନେଇ ପ୍ରଥମେ ୫ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ଏହାକୁ ଦେଖି ମନୋଜ ତାଙ୍କଠାରୁ ବନ୍ଧୁକ ଛଡ଼ାଇବା ପାଇଁ ଚେଷ୍ଟା କରିବା ବେଳେ ଶେଷଦେବ ଙ୍କ ମୁଣ୍ଡରେ ଗୁଳି ବାଜିଥିଲା ଓ ସର୍ଭିସ୍ ପିସ୍ତଲ୍ ରୁ ଫାଙ୍କା ଗୁଳି ଚାଳନା ହେଲେ ବି ମୋ ପାଇଁ ଏହା ଆଇନ୍ ଅନୁଯାୟୀ ଦଣ୍ଡବିଧାନ ହେବ ବୋଲି ଉତ୍ତ୍ୟକ୍ତ ହୋଇ ମସ୍ତିଷ୍କ ଭାରସାମ୍ୟ ହରାଇ ମନୋଜ୍ ନିଜେ ନିଜକୁ ମଧ୍ୟ ମୁଣ୍ଡରେ ଗୁଳି କରି ଦେଇଥିଲେ। ପିଏସଓ ମନୋଜ ନିଜକୁ ନିଜେ ଗୁଳି କରିଥିବା ବିଷୟ ଆଇଜି ଙ୍କ ଆଗରେ ସ୍ପଷ୍ଟ କଲେ ସୋନପୁର ଏସପି ୟଶ ପ୍ରତାପ ଶ୍ରୀମାଲ। କେଶ୍ ନମ୍ୱର୍ ୨୮୨ ରେ ଘଟଣା ସ୍ଥଳରେ ଥିବା ଓକିଲ ବିଶି ଙ୍କ ସହ ମୋଟ ୧୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ତଦନ୍ତ କରିଥିଲେ ଜିଲ୍ଲା ପୋଲିସ ଓ ସାଇଣ୍ଟୀଫିକ ଟିମ୍ । ଆଇଜି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜାରି ରହିଥିଲା ଏ ସବୁ ତଦନ୍ତ। ଏବେ ମଧ୍ୟ ତଦନ୍ତ ଜାରି ରହିଥିବା ଓ ପିଏମ ରିପୋର୍ଟ ଆସି ନ ଥିବା ସୂଚନା ଦେଇଛି ପୋଲିସ। ଘଟଣାପରେ ସାଙ୍ଗ ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ପାଞ୍ଚ ବର୍ଷ ଟ୍ରେନିଂ ପରେ ପିଏସଓ ଭାବେ ଏ ବର୍ଷ ନିଯୁକ୍ତି ପାଇଥିବା କଥା ଏସପି ପ୍ରକାଶ କରିଥିଲେ। ଏବଂ ଭାଇର ମୃତ୍ୟ ପରେ ପରେ ନିଜ ସମାଜର ଭୟ ଚାକିରୀ ରୁ ଡିସ ମିସ୍ ଭୟ ରେ ଭାବ ପ୍ରବଣ ହୋଇ ନିଜ ମସ୍ତିଷ୍କ ର ନିୟନ୍ତ୍ରଣ ହରାଇ ଶେଷରେ ନିଜେ ନିଜ ମୁଣ୍ଡରେ ଗୁଳି କରିଥିଲେ ମନୋଜ୍। ଘଟଣାସ୍ଥଳରେ ୯ ଏମଏମ ର ପିସ୍ତଲ, ମଦ ବୋତଲ, କିଛି ସ୍ନାକ୍ସ ପ୍ୟାକେଟ, ଦୁଇ ହଳ ଚପଲ ପୋଲିସ ଜବତ କରିଥିବା ବେଳେ ପିସ୍ତଲ୍ର ଆଉ ଗୋଟେ ଖୋକା ଏବେ ସୁଦ୍ଧା ମିଳି ନ ଥିବା ସୁଚନା ମିଳିଛି। କିନ୍ତୁ ମୃତ ଉଭୟ ଭାଈ ନିଷ୍କଳଙ୍କ ଥିବାରୁ କାହା ସହିତ ଆଦୌ ଶତ୍ରୁତା ନ ଥିବାରୁ ପୋଲିସର ଏ ତଦନ୍ତକୁ ବିଶ୍ୱାସ କରିପାରୁ ନାହାନ୍ତି ଉଭୟ ଙ୍କ ମାଆ ବାପା ବୋଲି ମିଡିଆରେ ପ୍ରକାଶ କରିଛନ୍ତି। ପୋଲିସ ରିଭଲଭର୍ ଧରି ନିଜ ଗାଁ କୁ ଯାଇ କାହିଁକି ଭୋଜି ଭାତ ମଦରେ ଚୁର ମାର ହୋଇଥିଲା ମନୋଜ୍ ଏବଂ ଏ ମୃତ୍ୟୁ ଘଟଣା ଓ ଏଥିପାଇଁ ଦାୟୀ କିଏ ତାହା ଏବେ ଲୋକେ ଜିଲ୍ଲା ପୋଲିସକୁ ଓ ବିଧାୟକଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ