Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ବିଶ୍ଵ ଆଦିବାସୀ ଦିବସ ପାଳନ

ସମ୍ବଲପୁର:ସ୍ଥାନୀୟ ସାମ୍ବାଦିକ ଭବନଠାରେ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ବିଶ୍ଵ ଆଦିବାସୀ ଦିବସ ପାଳନ କରାଯାଇଥିଲା। ପରିଷଦର ଅଧ୍ୟକ୍ଷ ନିହାଲ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆକାଶବାଣୀ ସମ୍ବଲପୁର କାର୍ଯ୍ୟକ୍ରମ ନିଷ୍ପାଦକ,
ସନ୍ତୋଷ କୁମାର ପିଙ୍ଗ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ସମାଜସେବୀ ଏମଡି ପରବେଜ ଖାନ , ମୁଖ୍ୟ ବକ୍ତା ଭାବରେ ଆକାଶବାଣୀ ପକ୍ଷରୁ କ୍ଷେତ୍ରମଣି ବିଭାର ଯୋଗଦେଇ ବିଶ୍ଵ ଆଦିବାସୀ ଦିବସର ମହତ୍ବ ଉପରେ ଆଲୋକପାତ କରିଥିଲେ। ଏଥିସହ ଆଦିବାସୀଙ୍କ ହକ ତଥା ଅଧିକାର ନେଇ ସବୁ ଆଦିବାସୀ ମାନେ ସଚେତନ ହେବାକୁ ଆହ୍ବାନ ଦିଆଯାଇଛି। ପରିଷଦର ଉପାଧ୍ୟକ୍ଷ ଶିବଶଙ୍କର ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କିର୍ତ୍ତନ କଳାକାର ତ୍ରିଲୋଚନ ଚାଆଁର,ରାଜୁ ସୁଦ ଓ ଅର୍ପିତା ଭଦ୍ର ଙ୍କୁ ସମ୍ମାନିତ କରାଯାଇଥିଲା। ଏଥିରେ ପରିଷଦର ଉପାଧ୍ୟକ୍ଷା ରୁପାଞ୍ଚଲି ରଣବିଡାଙ୍କ ଅନ୍ୟ ସବୁ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯକ୍ରମ ପରିଶେଷରେ ପରିଷଦର ଜିଲ୍ଲା ସଂଯୋଜକ ତ୍ରିବିକ୍ରମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ