ବିଶ୍ଵବିଦ୍ୟାଳୟ ପ୍ରଫେସରଙ୍କ ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟ ପରିଦର୍ଶନ


ବେଲଗୁଣ୍ଠା, 10/08, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ ଓଡ଼ିଆ ବିଭାଗ ଅଧ୍ୟାପକ ଡ. ଦେବୀ ପ୍ରସାଦ ଶରପଥୀ ଏବଂ ଅର୍ଥନୀତି ବିଭାଗର ଅଧ୍ୟାପକ ଡ. ପବିତ୍ର ସିଂ ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟ ପରିଦର୍ଶନ କରିଛନ୍ତି I ଅନୁଷ୍ଠାନ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ଉଭୟ ପ୍ରଫେସର୍ ଙ୍କୁ ସ୍ୱାଗତ କରିଥିବା ବେଳେ ସେମାନେ ଅନୁଷ୍ଠାନର ସମସ୍ତ ବିଭାଗୀୟ ମୁଖ୍ୟ,ଅଧ୍ୟାପକ, ଅଧ୍ୟାପିକା ଏବଂ ସମସ୍ତ ଅଣ ଶିକ୍ଷକ କର୍ମଚାରୀଙ୍କ ସହିତ ଶିକ୍ଷାର ମାନବୃ୍ଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ I ଉଭୟ ପ୍ରଫେସର୍ ମହାବିଦ୍ୟାଳୟର ଶ୍ରେଣୀଗୃହ, ପାଠାଗାର ପରିଦର୍ଶନ କରିବା ସହ ବିଭିନ୍ନ କାଗଜପତ୍ର ଯାଞ୍ଚ୍ କରିଥିଲେ I
ଏହା ସହିତ ବିଦ୍ୟାଳୟର ସ୍ଥାୟୀ ସ୍ୱୀକୃତି ସମ୍ପର୍କିତ କାଗଜପତ୍ରର ମଧ୍ୟ ତଦାରଖ କରିଥିଲେ I କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ସହଯୋଗ କରିଥିଲେ I