Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେବଳ ସ୍ଥାୟୀ ପଟ୍ଟା ନୁହେଁ, ପ୍ରଧାନମନ୍ତ୍ରୀ ଆବାସ ରେ ଘର, ବିଜୁଳି, ପାଇପ ଯୋଗେ ପାଣି ଓ ଉଜ୍ଜ୍ଵଳା ଗ୍ୟାସ ର ଫୁଲ ପ୍ୟାକେଜ ଲୋକଙ୍କ ସରକାରର କାମ – ସୁରେଶ ପୂଜାରୀ

ସମ୍ବଲପୁର: ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଗୋଶାଲା ମଣ୍ଡଳ ଆଜି ରାଜସ୍ବ ଓ ବିପର୍ଯ୍ୟାୟ ପରିଚାଳନା ବିଭାଗ କ୍ୟାବିନେଟ ମନ୍ତ୍ରୀ ସୁରେଶ ପୂଜାରୀ ଗସ୍ତ କରିଥିଲେ।ବିଜେପି ଗୋଶାଲା ମଣ୍ଡଳ ପକ୍ଷରୁ ଗୋଶାଲା ଛକରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।ବସନ୍ତପୁର ପଞ୍ଚାୟତବାସୀ ଙ୍କ ପକ୍ଷରୁ ସାତୁ ପାଲି ଠାରେ ସ୍ୱାଗତ, ହନୁମାନ ମନ୍ଦିର ରେ ପୂଜାର୍ଚନା ଓ ସାଧାରଣ ସଭା ଯୋଗଦେବା ପରେ ଚିପିଲମା ଠାରେ ମଧ୍ୟ ସ୍ୱାଗତ ଓ ମାଁ ଘଣ୍ଟେଶ୍ୱରୀ ଙ୍କ ଦର୍ଶନ ପୂଜାର୍ଚନା କରିଥିଲେ।ଚିପିଲମା ନାଗରିକ କମିଟି ପକ୍ଷରୁ ମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇ ଏକ ସାଧାରଣ ସଭା କରାଯାଇଥିଲା।
୭୫ ବର୍ଷ ପୂର୍ବ ରୁ ଜଳସମ୍ପଦ ବିଭାଗ ଦ୍ୱାରା ଅଧିକୃତ ମୋଟ ଜମି ରୁ ଅବ୍ୟବହୃତ ପୈତୃକ ଜମିକୁ ଫେରେଇବା ପାଇଁ ସଭାରେ ଦାବି କରାଯାଇଥିଲା।ସ୍ଥାୟୀ ଜମି ପଟ୍ଟା ନଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ଖଣ୍ଡିଏ ପାଇଲେ ହେଉଛି ଅସୁବିଧା ତେଣୁ ଭୂମି ହୀନ ଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ପାଇଁ ଦାବିକୁ ଗୁରୁତ୍ୱ ଦିଆଯାଇଥିଲା।
ବିଗତ ବର୍ଷ ମାନଙ୍କ ରେ ବିଭିନ୍ନ ବିଭାଗ ଓ ଶିଳ୍ପାନୁଷ୍ଠାନ ମାନଙ୍କୁ କୁ ଦିଆ ଯାଇଥିବା ଜମି ର ଅବ୍ୟବହୃତ ସମସ୍ତ ଜମି କୁ ରାଜସ୍ବ ବିଭାଗ କୁ ଫେରେଇ ଆଣିବା ଦିଗ ରେ ରାଜସ୍ବ ବିଭାଗ କାମ ଆରମ୍ଭ କରି ସାରିଛି । ଆମର ଶାସନ ର ଏଇ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟ ର ସମସ୍ତ ଭୂମି ହୀନ ଙ୍କୁ ୪ ଡେସିମିଲ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରାଯିବାର ଲକ୍ଷ କୁ ପୂରଣ କରିବା ପାଇଁ ଆମେ ପ୍ରତିଶୃତି ବଦ୍ଧ । ଆମ ସରକାର କେବଳ ସ୍ଥାୟୀ ପଟ୍ଟା ନୁହେଁ, ପ୍ରଧାନମନ୍ତ୍ରୀ ଆବାସ ରେ ଘର, ମାଗଣା ବିଜୁଳି ସଂଯୋଗ, ହର ଘର ନଳ ପେ ଜଲ ଯୋଜନା ରେ ପାଇପ ଯୋଗେ ପାଣି ଓ ଉଜ୍ଜ୍ଵଳା ଗ୍ୟାସ ର ଫୁଲ ପ୍ୟାକେଜ ମିଳିବ । ଆସନ୍ତା ପାଞ୍ଚ ବର୍ଷ ରେ ରାଜ୍ୟ ରେ କେହି ବି ଭୂମିହୀନ ବାସହୀନ ରହିବେ ନାହିଁ ଏହା ମୋଦୀ ସରକାର ଓ ଡବଲ ଇଞ୍ଜିନ ସରକାର ର ଗ୍ୟାରେଣ୍ଟି ବୋଲି ମନ୍ତ୍ରୀ ସୁରେଶ ପୂଜାରୀ ସୂଚାଇ ଦେଇଥିଲେ।
ସଭାରେ ରେଙ୍ଗାଲିର ପୁର୍ବତନ ବିଧାୟକ ନାଉରୀ ନାଏକ କହିଥିଲେ ମୁଁ ନିର୍ବାଚିତ ହେବା ପୂର୍ବରୁ ଆନ୍ଦୋଳନ ମାଧ୍ୟମ ରେ ଓ ବିଧାୟକ ଭାବେ ନିର୍ବାଚିତ ବିଧାନସଭାରେ ବାରମ୍ବାର ବସନ୍ତପୁର ଅଞ୍ଚଳବାସୀଙ୍କ ପୈତୃକ ଜମି ଫେରେଇବା ପାଇଁ ଦାବି କରିଛି । ତତତ୍କାଳୀନ ଓଡିଶା ବିଧାନସଭା ବାଚସ୍ପତି ପୂର୍ବତନ ରାଜସ୍ବ ମନ୍ତ୍ରୀ ଙ୍କୁ ଏ ସଂକ୍ରାନ୍ତ ରେ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ ପୂର୍ବବର୍ତ୍ତୀ ସରକାର ରାଜନୈତିକ ବିଦ୍ବେଷ କାରଣ ରୁ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ । ଆଜି ଆମର ସୌଭାଗ୍ୟ ଯେ ରାଜ୍ୟ ଓ କେନ୍ଦ୍ର ରେ ଆମର ସରକାର ରହିଛି । ପୂର୍ବରୁ ଆମେ ମନ୍ତ୍ରୀଙ୍କ ପାଖକୁ ଯାଉଥୁଲୁ କିନ୍ତୁ ଲୋକଙ୍କ ସରକାର ମୋହନ ଚାରଣ ମାଝୀ ସରକାରରେ ମନ୍ତ୍ରୀ ନିଜେ ଲୋକଙ୍କ ପାଖକୁ ଆସିଛନ୍ତି । ଏବେ ଆମର ବହୁ ବର୍ଷର ଦାବି ପୂରଣ ହେବା ନିଶ୍ଚିତ ବୋଲି ସେ କହିଥିଲେ।
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମ ଚନ୍ଦ୍ର ମେହେର, ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି, ଗୋଶାଲା ମଣ୍ଡଳ ସଭାପତି ଦେବେନ୍ଦ୍ର ନାଏକ, କଲାମାଟି ପଞ୍ଚାୟତ ସରପଞ୍ଚ ସୁଷମା ସାହୁ, ବସନ୍ତପୁର ପଞ୍ଚାୟତ ସରପଞ୍ଚ ସଶ୍ମିତା ରଣା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା ପ୍ରଧାନ, ସୂର୍ଯ୍ୟ ପାଢି, ମନୋଜ ସାହୁ, ସୁରେଶ ଛନ୍ଦ, ଯୋଗେନ୍ଦ୍ର ମାଝୀ, ସୁଧୀର ପୂଜାରୀ, ମୁରଲୀ ଛୁରିଆ, ଧିରେନ ନାଗ, ରାମକୃଷ୍ଣ ଗୋକିନା, ଖିରେସ୍ୱର ପ୍ରଧାନ ପ୍ରମୁଖ ଏହି ସଭାରେ ସାମିଲ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ