Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଭାରତ କୁ ଜାଣିବାକୁ ବିବେକାନନ୍ଦଙ୍କୁ ଜାଣି ନିଷ୍ପତ୍ତି ନିଅ

ସମ୍ବଲପୁର:ସ୍ଥାନୀୟ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ପିଲାଙ୍କ ପାଇଁ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ଅଷ୍ଟାଦଶ ସପ୍ତାହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଲାଇବ୍ରେରି ର ନିଜସ୍ୱ ପ୍ରେକ୍ଷାଳୟରେ ସମାପିତ ହୋଇଯାଇଛି।ପ୍ରଥମ ଅଧିବେଶନ ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ।ପ୍ରଶିକ୍ଷଣ କୁ ଆରମ୍ଭକରି ସ୍ୱାମୀ ବିବେକାନନ୍ଦ ଙ୍କ ଜୀବନୀ ଉପରେ ଆଲୋଚନା କରି ବଲାରଙ୍ଗା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀମତୀ ଦୀପାଳି ଚୌଧୁରୀ,ବିବେକାନନ୍ଦ ଙ୍କୁ ଜାଣିଲେ ଭାରତ କୁ ଜାଣିହେବ କହି ପ ତାଙ୍କ ଜୀବନ ର ଅନେକ ଦୃଷ୍ଟାନ୍ତ ଉଲ୍ଲେଖ କରି ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ।
ଦ୍ଵିତୀୟ ଅଧିବେଶନ କୁ ଆରମ୍ଭ କରି ବଲାଙ୍ଗୀର ଟ୍ରେନିଂ କଲେଜ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରୋଫାସର ଉମେଶ ଚନ୍ଦ୍ର ଖଡଙ୍ଗା ଜୀବନରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ଖୁବ ସତର୍କତା ଅବଲମ୍ବନ କରିବାକୁ ଉପଦେଶ ଦେଇ ବାପା, ମା,ଗୁରୁଜନ ଓ ବନ୍ଧୁ ମାନଙ୍କ ସହାୟତା ନେବାକୁ ପିଲାଙ୍କୁ ପ୍ରେରିତ କରିଥିଲେ।।
କାର୍ଯ୍ୟକ୍ରମ ର ସଂଯୋଜକ ରାଜେନ୍ଦ୍ର କୁମାର ପଣ୍ଡା ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରି ସାଧାରଣ ଜୀବନ ରେ ଇଂରାଜୀ କଥନ ର ଶୈଳୀ ଉପରେ ପିଲାଙ୍କୁ ବୁଝେଇଥିଲେ। ଆଜିର ଆଲୋଚନା ରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ହୁମେରା ବାନୋ,ଜୁଳି କୁମୁରା, ସୁଚି ସ୍ମିତା ସାହୁ,ଦୀପ୍ତିରଞ୍ଜନ ନାୟକ,କାନହା ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ଶିବିର ରେ ପିଲାଙ୍କୁ ଉତ୍ସାହିତ କରବାପାଇଁ ପ୍ରୋଫେସର ଆଦିତ୍ୟ ପ୍ରସାଦ ପାଢୀ, ଗୋଲକ ବିହାରୀ ମିଶ୍ର
,ପୃଥିରାଜ ମିଶ୍ର,,ରବି ନାରାୟଣ ମିଶ୍ର, ମନୋଜ କୁମାର ନାଥ,ଅର୍ଜୁନ ରଞ୍ଜନ ପଣ୍ଡା,ରଘୁନାଥ ମିଶ୍ର,ଡ଼ ପ୍ରମୋଦ ପଣ୍ଡା,ଡ଼, ଗିରିଧାରୀ ହୋତା ,ଉଦିତ ଚନ୍ଦ୍ର ପାଟଯୋଶୀ, ଡାକ୍ତର ଜୟଦେବ ମେହେର,ଦେବସ୍ମିତା ରାଉତ,ଡ଼ ରାଜକୁମାର ସାଣ୍ଡିଲ୍ୟଙ୍କ ସମେତ ଅନେକ ଅବିଭାବକ ଉପସ୍ଥିତ ଥିଲେ ।
ଶ୍ରୀ ବିଜୟ କୁମାର ସାହୁ ବୈଷୟିକ ସହାୟତା ପ୍ରଦାନ କରିଥିଲେ।ଶେଷରେ ଜାତୀୟ ସଙ୍ଗୀତ ଗାନ ପରେ ସଭା ଶେଷ ହୋଇଥିଲା।ଆଜିର ପ୍ରଶିକ୍ଷଣ ଶିବିର ରେ ୧୫ ଟି ହାଇସ୍କୁଲ ରୁ ୪୧ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l