ତ୍ରିରଙ୍ଗା ଯାତ୍ରା ପାଇଁ ସଚେତନତା

ସମ୍ବଲପୁର/କୁଚିଣ୍ଡା:ଭାରତ ବର୍ଷର ପ୍ରତିଟି ଘରେ ଘରେ ଜାତୀୟ ପତାକା ଲଗାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି।୯ ଅଗଷ୍ଟ ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଏହି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଚାଲିବ।
ଏହି ପରିପ୍ରେକ୍ଷିରେ ଆଜି କୁଚିଣ୍ଡା ଏନଏସି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମକୁ କୁଚିଣ୍ଡା ଏନଏସି ଅଧକ୍ଷ ପ୍ରଦ୍ୟୁତ ମହାନ୍ତି , କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରବ ପ୍ରଧାନ, ସମସ୍ତ ୱାର୍ଡର କାଉନସିଲର ଉପସ୍ଥିତ ରହି ଶୁଭାରମ୍ଭ କରିଛନ୍ତି।ଏନଏସି କାର୍ଯ୍ୟଲୟରୁ ବାହାରି ଜନସାଧାରଣ ଏକ ବାଇକ ଶୋଭାଯାତ୍ରାରେ ଜାତୀୟ ପତାକା ଧରି ସହର ପରିକ୍ରମା କରି କରି ଟାଉନ ହଲ ପର୍ଯ୍ୟନ୍ତ ଯାଇଥିଲେ ଏବଂ ଲୋକମାନଙ୍କୁ ଘରେ ତ୍ରିରଙ୍ଗା ପତାକା ଲଗାଇବାକୁ ସଚେତନ କରିଥିଲେ।