Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବିଭାଗୀୟ କର୍ମଚାରୀ ଓ ସରପଞ୍ଚଙ୍କ ଖାମଖିଆଲି ନୀତି, କ୍ଷତିକାରକ ଫ୍ଲାଇ ଆସ ରେ ମରାମତି କରୁଛନ୍ତି ଗ୍ରାମ୍ୟ ରାସ୍ତା

ସମ୍ବଲପୁର : ଚଳିତ ବର୍ଷା ଋତୁରେ ରାସ୍ତା ମାନଙ୍କର ଅବସ୍ଥା ଅତ୍ୟନ୍ତ ଦୁର୍ବିସହ ହୋଇପଡିଛି। ଯାହା ଫଳରେ ଜନସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀ ମାନେ ତରବରିଆ ଯାହା ତାହା ଢ଼ାଳି ରାସ୍ତା ମରାମତିରେ ଲାଗିପଡିଛନ୍ତି।
ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ଜମନକିରା ବ୍ଲକ ଖର୍ସନମାଲ ଗ୍ରାମପଞ୍ଚାୟତରେ। କିଛି ଦିନ ତଳେ ବର୍ଷାରେ ପଞ୍ଚାୟତର ବିଭିନ୍ନ ରାସ୍ତାରେ ଖାଲଖମା ସୃଷ୍ଟି ହୋଇ ରାସ୍ତାଗୁଡିକ ଜନସାଧାରଣଙ୍କ ପାଇଁ ମରଣଯନ୍ତା ପାଲଟିଛି। ପଞ୍ଚାୟତର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଥିବା ରାସ୍ତା ଠାରୁ ଭୋଗରାପାଳ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ବିପର୍ଯ୍ୟୟ ହୋଇପଡିଛି। ଗଣମାଧ୍ୟମ ଓ ଜନସାଧାରଣଙ୍କ ଅଭିଯୋଗ ଓ ଚାପ ଦ୍ଵାରା ଉକ୍ତ ପଞ୍ଚାୟତର ସରପଞ୍ଚ ମାୟାବତୀ ମୁଣ୍ଡାଙ୍କ ନିର୍ଦ୍ଦେଶରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗଜିନ୍ଦ୍ର ବାଗ ଉକ୍ତ ରାସ୍ତାକୁ ତରବରିଆ ଭାବରେ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ଉକ୍ତ ରାସ୍ତାରେ କୌଣସି କମ୍ପାନୀରୁ କ୍ଷତିକାରକ ଫ୍ଲାଏ ଆସ (କମ୍ପାନୀ ଖାର) ଆଣି ମରାମତି କରୁଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପଞ୍ଚାୟତର କିଛି ସଚେତନ ନାଗରିକ। ସେଭଳି କାର୍ଯ୍ୟ ତରବରିଆ ଭାବରେ କରି ବିଲ ଉଠାଇ ନେବେ ବୋଲି ଉକ୍ତ ଅଭିଯୋଗକାରି ମାନେ କହିଛନ୍ତି।
ଅପରପକ୍ଷେ ଏନେଇ ସରପଞ୍ଚ ମାୟାବତୀ ମୁଣ୍ଡାଙ୍କୁ ପଚରାଯିବାରେ ଏହା କମ୍ପାନୀ ଖାର ନୁହେଁ ବରଂ ପଥର ଗୁଣ୍ଡ ବା କ୍ରସର ଡଷ୍ଟ ବୋଲି କହିଛନ୍ତି। ତେବେ କମ୍ପାନୀ ମାନେ ତାଙ୍କର କ୍ଷତିକାରକ ଆସ ବା ଖାର ଢାଳିବା ପାଇଁ ଦଲାଲ ମାନଙ୍କ ଦ୍ଵାରା ଜାଗା ଖୋଜି ବୁଲୁଥିବା ବେଳେ ଏହାର ସୁଯୋଗ ହାତେଇଛନ୍ତି ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ। ତେବେ ଅତି ଶୀଘ୍ର ଏହି ଖାର ଉକ୍ତ ରାସ୍ତାରୁ ନ ହଟାଇଲେ ଭୋଗରାପାଳ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଠୁଙ୍କିବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।