Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମହାପ୍ରତାପୀ କଂସ ଗୋପାଳ ସାହୁ, (ଏଲି)ଙ୍କ ପରଲୋକ

ସମ୍ବଲପୁର/ବରଗଡ଼ : ମୁକ୍ତ ରଙ୍ଗମଞ୍ଚର ମହା ନାୟକ ସମଗ୍ର ଓଡିଶାର ଘରେ ଘରେ ପରିଚିତ ମହାପ୍ରତାପୀ କଂସ ମହାରାଜ ଗୋପାଳ ସାହୁ ଓରଫ ଏଲି ଭାଇଙ୍କ ଆଜି ପରଲୋକ ହୋଇ ଯାଇଛି l
ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ର ପୂର୍ବତନ କଂସ ମହାରାଜ ଯିଏ କି ନିରବଚ୍ଛିନ୍ନ ଭାବରେ ଦୀର୍ଘ ୨୩ ବର୍ଷ ଧରି ରଙ୍ଗ ମଞ୍ଚ ରେ ଅଭିନୟ କରି ସମଗ୍ର ଓଡିଶାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଛାଡ଼ିଦେଇ ଯାଇଛନ୍ତି l ଗୋପାଳ ସାହୁ (ଏଲି) ଜଣେ ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଥିଲେ l
ବରଗଡ ଧନୁଯାତ୍ରା ର ପୂର୍ବତନ କଂସଙ୍କ ଅବର୍ତ୍ତମାନରେ କଳାଜଗତରେ ଏକ ଅପୁରଣିୟ କ୍ଷତି ହୋଇଛିl ଦର୍ଶକ ତାଙ୍କର ଜିବନ୍ତ ଅଭିନୟକୁ ସବୁଦିନେ ମନେ ରଖିବେl ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପୁର ପଲ୍ଲୀ ଠୁ ସହର ଯାଏ ସବୁଠି ଶୋକର ଛାୟା ଖେଳିଯାଇଛିl ତାଙ୍କରି ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ପ୍ରସନ୍ନ ଅlଚର୍ଯ୍ୟ, ପଶ୍ଚିମ ଓଡିଶା ଧନୁଯାତ୍ରା କଳାକାର ସଂଘ ସମ୍ପାଦକ ତଥା ମଞ୍ଚ ଅଭିନେତା ଜଗଦାନନ୍ଦ ମିଶ୍ର, ସମ୍ବଲପୁରୀ ଧନୁଯାତ୍ରା କମିଟିର ସଭାପତି ସଞ୍ଜୟ ବାବୁ, ଅଭିନେତା ପୃଥ୍ୱୀରାଜ ନାୟକ, ବରଗଡ଼ ବିଧାୟକ ଏରlଶିଷ ଆଚର୍ଯ୍ୟପ୍ରମୁଖ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କ ପରିବାର ବର୍ଗଙ୍କୁ ଧୈର୍ଯ୍ୟ ରଖିବାକୁ ସ୍ବାନ୍ତନା ପ୍ରଦାନ କରିଛନ୍ତି l
ଗୋପାଳ ସାହୁ(ଏଲି)ଙ୍କ ସଂକ୍ଷିପ୍ତ ପରିଚୟ
ସଂସାର ମୋହରୁ ରୁ ବିଦାୟ ନେଲେ ବରଗଡ଼ ଧନୁଯାତ୍ରା ର ପ୍ରସିଦ୍ଧ କଂସ କଳାକାର ଏଲି। ଦିର୍ଘ ୨୩ ବର୍ଷ ଧରି କଂସ ଭୂମିକାରେ ଅଭିନୟ କରି ବରଗଡ଼ ଧନୁଯାତ୍ରା କୁ ପ୍ରସିଦ୍ଧ କରିବାରେ ମାଇଲଖୁଣ୍ଟ ସାଜି ଥିବା ଗୋପାଳ ସାହୁ ଆଜି ଝାରସୁଗୁଡା ଠାରେ ଦେହାନ୍ତ ଘଟିଛି। ଗୋପାଳ ସାହୁ ୧୯୮୪ ମସିହା ପ୍ରଥମେ ବରଗଡ଼ ଧନୁଯାତ୍ରା ର କଂସ ଭୂମିକାରେ ଅଭିନୟ କରିଥିଲେ । ୧୯୮୪ ମସିହାରୁ ଲଗାତାର ଭାବରେ ୨୦୦୮ ପର୍ଯ୍ୟନ୍ତ ଅଭିନୟ କରିଥିଲେ। ମଝିରେ ୧୯୯୯ ଓ ୨୦୦୦ ମସିହାରେ ଦୁଇବର୍ଷ ଅଭିନୟ କରିନଥିଲେ। ଗୋପାଳ ସାହୁ ଙ୍କ ଜନ୍ମଗ୍ରହଣ ବଲାଙ୍ଗୀର ଜିଲ୍ଲା ରେ ହୋଇଥିବା ବେଳେ ବରପାଲି ଜଗନ୍ନାଥ ନଗରରେ ଘରକରି ରହୁଥିଲେ। କର୍ମ ପୋଲିସ ଚାକିରି ଥିବାବେଳେ ଅଭିନୟ ତାଙ୍କର ନିଶା ଥିଲା । ସାଧାରଣ କଳାକାର ଭାବରେ କଳାକାରି ଆରମ୍ଭ କରି ମଞ୍ଚ ରୁ ଚଳଚିତ୍ର ପର୍ଯ୍ୟନ୍ତ ଅଭିନୟ ରେ ପ୍ରତିଷ୍ଠିତ ହୋଇପାରିଥିଲେl