Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେପି ପକ୍ଷରୁ ତୀରଙ୍ଗା ଶୋଭାଯାତ୍ରା

ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ୱାନ କ୍ରମେ ଦେଶ ବ୍ୟାପି ତ୍ରିରଙ୍ଗା ଶୋଭାଯାତ୍ରା ଓ ହର ଘର ତ୍ରିରଙ୍ଗା ଅଭିଯାନ ଚାଲିଛି । ରେଙ୍ଗାଲି ବାୟ ପାସ ଛକ ନିକଟସ୍ଥ ମହାଦେବ ମନ୍ଦିର ରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ସ୍ଥାନ ଖିଣ୍ଡା ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ବୀର ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତୀ ରେ ମାଲ୍ୟାର୍ପଣ କରାଯାଇଥିଲା ।
ନାଉରୀ ନାୟକ, ରାଧେଶ୍ୟାମ ବାରିକ, ରାମ ଚନ୍ଦ୍ର ମେହେର, ମାନସ ବକ୍ସି, ଅଶ୍ୱିନୀ ମାଝୀ, ମୋତି ଲାଲ ତନ୍ତି, ଆଶିଷ ହୋତା, ନବୀନ ପ୍ରଧାନ, ଯୁଗଳ ଅଗ୍ରୱାଲ, ସରୋଜ ମେହେର, ଦେବେନ୍ଦ୍ର ନାୟକ, ପ୍ରକଶ ପୃଷ୍ଟି, ଅଜୟ ମହାପାତ୍ର, ରାମ କୃଷ୍ଣ ଦାସ, ଉତ୍ତମ ବିଶ୍ଵାଳ, ସୁଧୀର ଗୁପ୍ତା, ନୀତିଶ ଅଗ୍ରୱାଲ, ଜଗନ୍ନାଥ ତ୍ରିପାଠୀ ସମେତ ଶତାଧିକ ବିଜେପି କର୍ମୀ, ପଢାଧିକାରୀ ଓ ଅଞ୍ଚଳବାସୀ ସାମିଲ ରହିଥିଲେ ।