Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁ ପଟ୍ଟନାୟକ ଡିଗ୍ରୀ ମହିଳା ମହାବିଦ୍ୟାଳୟରେ ତ୍ରିରଙ୍ଗା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ଲୋକାଭିମୁଖୀ ତଥା ସବୁ ବର୍ଗର ଜନସାଧାରଣଙ୍କୁ ଏହି ମହତ୍ ଜାତୀୟ ପର୍ବରେ ସାମିଲ ପୂର୍ବକ ଜାତୀୟତାବୋଧ ରେ ଉଦବୁଦ୍ଧ କରିବା ଲକ୍ଷ୍ୟ ନେଇ ଆଜି ସୋନପୁର ଡ଼ିଗ୍ରୀ ମହିଳା କଲେଜ ଛାତ୍ରୀ ମାନଙ୍କ ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏଡିଏମ୍ ରାଜସ୍ବ, ଏଡିଏମ୍ ଜେନେରାଲ ଅଞ୍ଜଳୀନା ପଧାନ ଏଵଂ ସିଡିଇଓ ଜିଲ୍ଲା ପରିଷଦଙ୍କ ଉପସ୍ଥିତିରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଏହି ଶୋଭାଯାତ୍ରାକୁ ଶୁଭ ଉଦ୍ଘାଟନ କରିଥିଲେ। ଅଧ୍ୟାପକ ମଦନ ସୁନ୍ଦର ଖେତୀ କାର୍ଯ୍ଯକ୍ରମକୁ ସଂଯୋଜନା କରିଥିବା ବେଳେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ୍ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ