ସ୍ୱାଧୀନତା ଦିବସ ଉପଲକ୍ଷେ ଆଇନ ମହାବିଦ୍ୟାଳୟରେ ରକ୍ତଦାନ ଶିବିର,୭ ଛାତ୍ରୀଙ୍କ ସମେତ ୩୧ ଜଣ କଲେ ରକ୍ତଦାନ

ସମ୍ବଲପୁର :୭୮ ତମ ସ୍ବାଧିନତା ଦିବସ ଉପଲକ୍ଷେ ଓ ବୁର୍ଲା ମେଡିକାଲ (ଭୀମସାର )ରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଆଲୁମୁନି ଆସୋସିଏସନ , ଲଜପତ ରାୟ ଆଇନ ମହାବିଦ୍ୟାଳୟ ସମ୍ବଲପୁର ଓ ଅଗ୍ରଣି ରକ୍ତଦାନ ସଂସ୍ଥା ‘ତ୍ୟାଗ ‘ ଉଭୟଙ୍କ ମିଳିତ ଆନୁକୁଲ୍ୟରେ ଆଜି ଆଇନ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ମହାବିଦ୍ୟାଳୟର ଅଧକ୍ଷ ଡ ବିଜୟାନନ୍ଦ ବେହେରା ଉଦଘାଟନ କରିଥିଲେ।ପ୍ରଥମେ କଲେଜର ଗଣେଶ ପ୍ରତିମୂର୍ତ୍ତି ଓ ଲଜପତ ରାୟଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ରକ୍ତଦାନର ପ୍ରଚାର ଓ ପ୍ରସାର ପାଇଁ ଉଦ୍ଧିଷ୍ଟ ଭିନ୍ନ ଭିନ୍ନ ପ୍ରଚାର ପୁସ୍ତିକା ‘ତା ଜୀବନ ଧନ୍ୟ ଯେ କରେ ରକ୍ତଦାନ’ କୁ ସମ୍ବଲପୁର ବିଶ୍ଵବିଦ୍ୟାଳୟର କୂଳସଚିବ ଡ ନୃପରାଜ ସାହୁ, ଅଧକ୍ଷ ଡ ବେହେରା ଓ ଆଲୁମୁନି ସଙ୍ଘ ଓ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି ସତ୍ୟନାରାୟଣ ପଣ୍ଡା (ବାବୁଲି) ଉନ୍ମୋଚନ କରିଥିଲେ l ଏହି ପ୍ରଚାର ପୁସ୍ତିକା ଗୁଡ଼ିକୁ ଛାତ୍ର ଛାତ୍ରୀ, ପୁରାତନ ଛାତ୍ର ଛାତ୍ରୀ, ଅଭିଭାବକ, ଜନତାଙ୍କୁ ବଣ୍ଟାଯାଇଥିଲା। ଶିବିରକୁ ପ୍ରକାଶ ଶତପଥୀ, ରିମ୍ପୁ ( ରଞ୍ଜିତ ସିଂ ହୁରା ) , ନଟବର ମହାରଣା, ଶଙ୍କର ବଗର୍ତ୍ତି, ବିରଞ୍ଚି ମହାପାତ୍ର, ଦଶରଥ ଦାଶ, ଶିବ ସେଠି, ମଣ୍ଟୁ ପ୍ରଧାନ, ପଇନୁ ଭୋଇ ଓ ଛାତ୍ର ଛାତ୍ରୀ ମାନେ ପରିଚାଳନା କରିଥିଲେ । ସମୁଦାୟ ୩୧ ଛାତ୍ର ଛାତ୍ରୀ, ପୁରାତନ ଛାତ୍ର ଓ ଶିକ୍ଷକ ରକ୍ତଦାନ କରି ‘ରକ୍ତଦାନ ଜୀବନ ଦାନ, କରି କରାଇଲେ ଜୀବନ ଧନ୍ୟ’ର ବାର୍ତ୍ତା କୁ ସଫଳ କରିଥିଲେ । ସମାଜସେବୀକା ସ୍ବେଛାସେବୀ ବର୍ଣାଳି ଶତପଥୀ ଙ୍କ ସହିତ ୭ ଜଣ ଆଇନ ଛାତ୍ରୀ ଅନୁଷ୍କା ପତି, ବନ୍ଦନା ପ୍ରଧାନ, ସମ୍ପୂର୍ଣା ମିଶ୍ର, ମନିଷା ଛାତ୍ରପାଲ, ପାୟଲ ମଲ୍ଲିକ, ପଦମିନି ଧୁରିଆ, କରିଶ୍ମା ପ୍ରଧାନ କଲେଜ ଅଧକ୍ଷ ଡ ବିଜୟାନନ୍ଦ ବେହେରା, ଅତିଥି ପ୍ରାଧ୍ୟାପକ ବିରେନ୍ଦ୍ର କୁମାର ମେହେର, ଷ୍ଟାଫ ନନ୍ଦ କିଶୋର ବାଗ, ଛବିଳ ନାଏକ, ବିମଲ ବେହେରା ଓ ଆଇନ ଛାତ୍ର, ପୁରାତନ ଛାତ୍ର ବିକ୍ରମ ସୋନି, ଅରୁଣ ତରିଆ, ବିଶାଳ ବେହେରା, ପ୍ରକାଶ ଶତପଥୀ, ରୋହିତ ଭୋଇ,ଅଭିଷେକ ମେହେର , ଶେଖ ତାନସେନ ରାଜା, ଅଙ୍କିତ ମୋଦି, ନାରାୟଣ ନାୟକ, ବିମଲ ବେହେରା, କିଶୋର ବାଦି, ରୀୟଯୁଲ ରହମାନ,ସୁଶାନ୍ତ କୁମାର ସାହୁ ପ୍ରମୁଖ ରକ୍ତଦାନ କରିଥିଲେ । ସବୁ ରକ୍ତଦାତାଙ୍କୁ ତ୍ୟାଗ ର ସ୍ବତନ୍ତ୍ର ପେନ୍ ଉପହାର ରୂପେ ଦିଆଯାଇଥିଲା । ଅଧ୍ୟକ୍ଷ ସମସ୍ତଙ୍କୁ ରକ୍ତଦାନ ର ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ସମସ୍ତ ରକ୍ତଦାତାଙ୍କୁ ଆଲୁମୁନି ସଙ୍ଘ ପକ୍ଷରୁ ସମ୍ପାଦକ ଓ ତ୍ୟାଗର ସଭାପତି ଦୁର୍ଗା ପାଢ଼ୀ, ସଭାପତି ସତ୍ୟନାରାୟଣ ପଣ୍ଡା ( ବାବୁଲି ପଣ୍ଡା) ଧନ୍ୟବାଦ ଅର୍ପଣ କରିଥିଲେ ଓ ଆସନ୍ତା ୧୫ ସେପ୍ଟେମ୍ବର ଦିନ କଲେଜରେ ଅନୁଷ୍ଠିତ ହେବାକୁଥିବା ଆଲୂମିନି ମିଟ ରେ ସମସ୍ତ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ କରାଯିବ ।ଏହାକୁ ପ୍ରକାଶ ଶତପଥୀ,ବିରଞ୍ଚି ମହାପାତ୍ର ଓ ଦଶରଥ ଦାଶ, ସଂଯୋଜନା କରିଥିଲେ l