ଲାଲକିଲ୍ଲାରୁ ୧୧ତମ ଥର ତ୍ରିରଙ୍ଗା ଉତ୍ତୋଳନ କଲେ ପିଏମ ମୋଦୀ, ମନମୋହନ ସିଂହଙ୍କୁ ପଛରେ ପକାଇଲେ


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସ୍ୱାଧୀନତା ଦିବସ ଅବସରରେ ଲଗାତାର ୧୧ମ ଥର ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ସ୍ୱାଧୀନତା ଦିବସ ଉପଲକ୍ଷେ ନିଜ ତୃତୀୟ କାର୍ଯ୍ୟକାଳର ପ୍ରଥମ ସମ୍ବୋଧନ ଆରମ୍ଭ କରିବା ମାତ୍ରେ ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପଛରେ ପକାଇଛନ୍ତି । ମନମୋହନ ସିଂ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଲାଲକିଲ୍ଲା ପ୍ରାଚୀରରୁ ୧୦ ଥର ତ୍ରିରଙ୍ଗା ଉତ୍ତୋଳନ କରିଥିଲେ । ଏହି ମାମଲାରେ ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ ପରେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି ।

ନେହେରଙ୍କୁ ଲାଲକିଲ୍ଲାରୁ ତ୍ରିରଙ୍ଗା ଉତ୍ତୋଳନ କରିବାର ସମ୍ମାନ ୧୭ ଥର ଏବଂ ଇନ୍ଦିରା ଗାନ୍ଧୀଙ୍କୁ ୧୬ ଥର ମିଳିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧ୍ୱଜାରୋହଣ କରିବା ପୂର୍ବରୁ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ସଞ୍ଜୟ ସେଠ ଓ ପ୍ରତିରକ୍ଷା ସଚିବ ଗିରିଧର ଅରମାନେ ସ୍ୱାଗତ କରିଥିଲେ ।