ପୁରୀ: ବିଲରେ ଧାନ ରୋଇବା ବେଳେ ପ୍ରବଳ ବର୍ଷା ସହ ବ୍ରଜପାତ ଘଟି ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଘଟଣା ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର । ମୃତ ମହିଳାଙ୍କ ବୟସ ୫୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।
ଆଜି ସକାଳେ କିଛି ମହିଳା ଶ୍ରମିକ ବିଲରେ ଧାନ ରୋଉଥିଲେ । ଏହି ସମୟରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା । ପରେ ବିଲରେ କାମ କରୁଥିବା ସମସ୍ତ ଶ୍ରମିକ ରାସ୍ତା ଉପରକୁ ପଳାଇ ଆସୁଥିଲେ । ବଜ୍ରପାତ ହେବାରୁ ୨ ଜଣ ମହିଳା ଶ୍ରମିକ ଗୁରୁତର ହୋଇଯାଇଥିଲେ । ସେମାନଙ୍କୁ ବାଙ୍ଗୁରୀ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜଣେ ମହିଳା ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।