Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଭୀମସାର ହରାଉଛି ନିଜର ଅସ୍ତିତ୍ୱ,ଘୋଷଣା କାଗଜ କଲମରେ ସୀମିତ

ସମ୍ବଲପୁର:ପୂର୍ବ ସରକାରଙ୍କ ନକାରାତ୍ମକ କାର୍ଯ୍ୟକ୍ରମ ପାଇଁ ଆଜି ବୁର୍ଲା ଡ଼ାକ୍ତରଖାନା ହରାଉଛି ନିଜର ଅସ୍ତିତ୍ୱ l ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ପୁରେଇଲେ, ଯାହା ହୁଏ ସେଭଳି ଅବସ୍ଥା ଆସି ଏବେ ପହଂଚିଛି l ସେହି ସରକାର ତ ବିଫଳ ହେଲା କିନ୍ତୁ ପଶ୍ଚିମ ଓଡ଼ିଶା ବାସୀ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି l କାରଣ ବୁର୍ଲା ଡ଼ାକ୍ତରଖାନା ସ୍ଵୟଂଶାସିତ ମହାବିଦ୍ୟାଳୟ ଘୋଷଣା ହୋଇ ଥିଲା କେବଳ କାଗଜ କଲମରେl ସ୍ଵୟଂସାସିତ ଆୟୁରବିଜ୍ଞାନ ମହାବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ନିୟମାବଳୀ କସ୍ମିନ କାଳରେ ପାଳନ ହେଲା ନାହିଁl ଅଧ୍ୟାପକଙ୍କ ପଦୋନ୍ନତି ଭବିଷ୍ୟତ ଅନ୍ଧକାର ଭିତରେ ପୁରେଇ ରହିବା ଭଳି ଜଳ ଜଳ ଦେଖଯାଉଛି l ଫଳ ସ୍ୱରପ ରାଜ୍ୟ ର ଅନ୍ୟ ସ୍ଥାନରୁ କୌଣସି ଡାକ୍ତର ବୁର୍ଲା ଡ଼ାକ୍ତରଖାନାରେ ଯୋଗଦାନ କରିବାକୁ ସମ୍ମତ ହେଵା ସମ୍ଭାବନା କ୍ଷୀଣ l ଯଦି କିଛମାତ୍ରାରେ ଯୋଗ ଦେଉଛନ୍ତି ତେବେ ଅସ୍ଥାୟୀ ଭାବରେ l କିଛି ସମୟପରେ ଅନ୍ୟ ସ୍ଥାନରେ ଆବଶ୍ୟକତାର ବିଜ୍ଞାପନ ବାହାରିଲେ ବୁର୍ଲା ଡ଼ାକ୍ତରଖାନାରୁ ଇସ୍ତଫା ଦେଇ ଅନ୍ୟତ୍ର ଯୋଗ ଦେଉଛଭନ୍ତି l ସରକାରଙ୍କ ଅସନ୍ତୁଳିତ ପଲିସି ପାଇଁ ଭୀମସାର ଫେରୁଛି ପଛକୁ l ନା ବୁର୍ଲାରେ ଜାତୀୟ ମେଡିକାଲ କାଉନସିଲ୍ ର ନିୟମାବଳୀ ନା ରାଜ୍ୟ ମେଡ଼ିକାଲ କାଉନସିଲ୍ ର ନିୟମାବଳୀ ନା କୌଣସି ସ୍ଵୟଂଶାସିତ ମହାବିଦ୍ୟାଳୟ ର ନିୟମାବଳୀ ଅନୁସାରେ ପରିଚାଳିତ ହୁଏ?ତେଣୁ ଅରାଜକତା ଏଵଂ ମନମୁଖୀ କାର୍ଯ୍ୟ ନୀତି ରେ ପରିସ୍ଥିତି ଉତ୍କଟ ରୂପ ନେବାକୁ ଯାଉଥିବା ଅଭିଯୋଗକୁ ଏଡାଇ ଦିଆଯାଇନପାରେ l କେତେକ ବ୍ୟକ୍ତି ବିଶେଷଙ୍କୁ ଅହେତୁକ ଅମୂଳକ ଅନୁକମ୍ପା ପ୍ରଦର୍ଶନ କରାଯାଇ ପରିସ୍ଥିତି ସଙ୍ଗୀନ କରାଯାଉଥିବା ଭଳି ଅଭିଯୋଗ ପାରବର୍ତ୍ତୀ ସମୟ ରେ ଅଡୁଆ ପରିସ୍ଥିତି ର ସାମ୍ନା କରିବାକୁ ପଡିପାରେ!ବୁର୍ଲା ଡ଼ାକ୍ତରଖାନାକୁ ଏକ କୃଷ୍ଣ ଗର୍ତ୍ତ ଭଳି ବିବେଚନା କରିବାକୁ ଏକ ପ୍ରହେଳିକା ସୃଷ୍ଟି କରାଯାଉଥିଵା ଭଳି ପରିସ୍ଥିତି ହେଲାଣି l ତେଣୁ ଏଠାରେ ୨୦୧୭ ମସିହାରେ କାର୍ଯ୍ୟକାରୀ ହେବାକୁ ଥିବା super speciality hospital କୁ ବିଶେଷଜ୍ଞ ଡାକ୍ତର ମିଳୁ ନାହାନ୍ତି ଆଜି ଯାଏ l ଚର୍ମ ରୋଗ, ମାନସିକ ରୋଗ ପ୍ରଭୃତି ବିଭାଗ ପାଇଁ ପ୍ରଫେସର୍ ମିଳୁ ନାହାନ୍ତି l ସର୍ବଦା ଚଳଚଞ୍ଚଳ ବିଶାଳ ସ୍ବାସ୍ଥ୍ୟ ସମୁଦ୍ର କୁ ଗୋଟିଏ ପାଖରୁ ବାନ୍ଧି ପୋଖରୀ ଟିଏ ବୁର୍ଲାରେ ନିର୍ମାଣ କରିବା ପରେ ବହୁ ଦୁଃର୍ଦଶା ଭୋଗିକୁ ପଡୁଛିl କାରଣ ସ୍ଥିର ପୋଖରୀ ଜଳରେ ଶୈବାଳ, ବିଲାତି ଦଳ, ଅନାବନା ଉଦ୍ଭିଦ ଜନ୍ମ ନିଅନ୍ତି, ବିପଦଜନକ ସରୀସୃପଙ୍କ ଆବାସ ସ୍ଥଳୀ ରେ ପରିଣତ ହେଇ ଜନମାନବ ପାଇଁ ସଂକଟ ସୃଷ୍ଟି କରେ, ଜଳ ପଚି ଦୁର୍ଗନ୍ଧ ବାହାରେ ଆଉ ପରିବେଶ ଅସ୍ବାସ୍ଥ୍ୟକର ହୁଏ, ଏହି ଜଳ ପାନୀୟ ଜଳର ଉପଯୋଗୀତା ହରାଏ… କେବଳ ଶୌଚ ଆଉ ପଶୁସମ୍ପଦ ପାଇଁ ଉଦ୍ଦିଷ୍ଟ ହୁଏ,ବର୍ତ୍ତମାନ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ(ଭୀମସାର)ର ଅବସ୍ଥା ଠିକ୍ ସେହି ପରି l ତେଣୁ ପଶ୍ଚିମ ଓଡ଼ିଶା ର ବୃହତ୍ତର ସ୍ୱାର୍ଥ ଦୃଷ୍ଟି ରୁ ବେଳ ଥାଉଁଣୁ ଉଚିତ୍ ପଦକ୍ଷେପ ନେବାକୁ ଆଗଭର ହେବାକୁ ପଡିବ l ନହେଲେ ହୁଏତ ବୁର୍ଲା ଡ଼ାକ୍ତରଖାନା କାଳ ଗର୍ଭରେ ଅସ୍ତିତ୍ବ କାହିଁକି ଯେ ହରେଇ ନ ଦେବ କିଏ କହିବ!