Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଆ ଅସ୍ମିତାର ପରିଚୟ ପାଇଁ ମେଘପାଳ ଆଗରେ

ସମ୍ବଲପୁର:ଏକଦା ସମ୍ବଲପୁର ଜିଲ୍ଲା ର ମାଓ ଅଧ୍ୟୁଷିତ ଅଂଚଳ ଭାବେ ପରିଗଣିତ ହୋଇଥିବା ଯୁଯୋମୁରା ବ୍ଲକର ମେଘପାଳ ପଞ୍ଚାୟତ ବିକଶିତ ଅସ୍ମିତା ପାଇଁ ଶୀର୍ଷରେl
ଓଡିଶା ରେ ପ୍ରଥମ ପଂଚାୟତ ପାଠାଗାର ହେଉକି ଦୁର୍ଗମ ଚଉଦଏକର ଗାଁ କୁ ରାସ୍ତା ନିର୍ମାଣ ହେଉ, ଆଗରେ ରହିଛି ମେଘପାଳ ପଂଚାୟତ l
ଏସବୁ ପ୍ରଗତି ଠାରୁ ଆଉ ଦି ‘ପାଦ ଆଗକୁ ଚଢି ଓଡ଼ିଆ ଅସ୍ମିତାର ଅସଲ ଉଦାହରଣ ସୃଷ୍ଟି କରିଛି ଏହି ପଂଚାୟତ l ପଂଚାୟତ ର ପ୍ରଥମ ମହିଳା ସରପଞ୍ଚ ଭାବେ ମମତା ପ୍ରଧାନ ନିର୍ବାଚିତ ହେବା ପରଠୁ ଆଜିକୁ ସାତ ବର୍ଷ ଧରି ସେ ସୃଷ୍ଟି କରିଆସିଛନ୍ତି ଅନନ୍ୟ ଉଦାହରଣ l 2017 ମସିହା ଠାରୁ ସରକାରୀ ଓଡ଼ିଆ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀ ରେ ନାମ ଲେଖାଉଥିବା ପଂଚାୟତର ସମସ୍ତ ଶିକ୍ଷାର୍ଥୀଙ୍କୁ ଗୋଟିଏ ବେଗ ସହିତ ଟିଫିନ ବାକ୍ସ ଓ ପାଣି ବୋତଲ ଦେଇ ସରକାରୀ ସ୍କୁଲ ରେ ପିଲାଙ୍କ ଉପସ୍ଥାନ ବଢ଼ାଇବାରେ ଯେଉଁ ଭୂମିକା ନେଇଛନ୍ତି ତାହା ହିଁ ଓଡ଼ିଆ ଅସ୍ମିତା ର ବିରଳ ଉଦାହରଣ ଳ
ସବୁ ବର୍ଷ ପରି ଚଳିତ ବର୍ଷ ଅଗଷ୍ଟ ପନ୍ଦର ତାରିଖ ଦିନ ଏକ ସମାରୋହରେ ପଂଚାୟତର 44 ଜଣ ଶିକ୍ଷାର୍ଥୀଙ୍କୁ ଏହି ଉପହାର ଦେଇ ଓଡ଼ିଆ ସ୍କୁଲ ପ୍ରତି ପିଲାଙ୍କ ଆଗ୍ରହକୁ ଉତ୍ସାହିତ କରିବାରେ ସଫଳ ଆୟୋଜନ କରିଥିଲେ l ସରପଞ୍ଚ ମମତା ପ୍ରଧାନ ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଡ଼ା. ରାଜାରାମ ଷଡ଼ଙ୍ଗୀ ମୁଖ୍ୟଅତିଥି, ଛାମୁଣ୍ଡା ସିଆରସିସି ସିଲ ଵାନୁସ କାଣ୍ଡୁଲନା, ସମିତିସଭ୍ୟା ଲିଳିମା ଧୂରୁଆ, ଶିକ୍ଷକ ବିନୟ ଲାକ୍ରା, ଜିୱାନ ମାସି ଟପ୍ନ ଅତିଥି ଭାବେ ଯୋଗଦେଇ ଏହି ଉପହାର ପ୍ରଦାନ କରିଥିଲେ l ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କରୁଣାକର ବାରିକ ଏହାକୁ ସଂଯୋଜନା କରିଥିଲେ l
ସରପଞ୍ଚ ଙ୍କ ଏଭଳି ଭୂମିକାକୁ ସବୁ ମହଲରେ ସ୍ୱାଗତ କରାଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ