Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସନକାର୍ଡଧାରୀଙ୍କ ପାଇଁ ଖୁସିର ଖବର, ଏଣିକି ଚାଉଳ ସହ ମିଳିବ ଗହମ

ଭୁବନେଶ୍ୱର: ରାସନକାର୍ଡଧାରୀଙ୍କ ପାଇଁ ଖୁସିର ଖବର । ଏଣିକି ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ । ମୁଣ୍ଡପିଛା ମାସକୁ ୪ କିଲୋ ଚାଉଳ ଓ ୧କିଲୋ ଗହମ ମିଳିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶନିବାର ଘୋଷଣା କରିଛନ୍ତି।

ମନ୍ତ୍ରୀ କହିଛନ୍ତି, ଲୋକଙ୍କର ଲୋକଙ୍କ ଗହମ ଚାହିଦାକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି ନିଆଯାଇଛି। ରାସନ କାର୍ଡ ହିତାଧିକାରୀଙ୍କୁ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ମିଳିବ। ଏହା ପୂର୍ବରୁ ବିଜେଡି ସରକାର ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳୁଥିବା ଗହମକୁ ବନ୍ଦ କରି ଦେଇଥିଲେ । ଅଧିକ ଚାଉଳ ଦେବାକୁ କେନ୍ଦ୍ରକୁଦାବି କରାଯିବା ପରେ ଗହମ ଯୋଗାଣକୁ ବନ୍ଦ କରି ଦିଆଯାଇଥିଲା। ଫଳରେ ଗହମକୁ ବନ୍ଦ କରି ରାସନ କାର୍ଡ ହିତାଧିକାରୀଙ୍କୁ କେବଳ ଚାଉଳ ଯୋଗାଇ ଦେଉଥିଲେ ପୂର୍ବ ସରକାର। ଏବେ ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ଗହମ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି। ହିତାଧିକାରୀମାନେ ଚାଉଳ ସହ ଗହମ ପାଇବେ।

ଗତ ବିଜେଡି ସରକାର ୨୦୨୦-୨୧ ମସିହାରୁ ରାଜ୍ୟରେ ହିତାଧିକାରୀଙ୍କୁ ସାଧାରଣବଣ୍ଟନ ବ୍ୟବସ୍ଥାରେ ଗହମ ଦେବା ବନ୍ଦ କରି ଦେଇଥିଲେ। ନିର୍ଦ୍ଧାରିତ ଗହମ କୋଟା ଖର୍ଚ୍ଚ କରିବାରେ ବିଫଳ ତତ୍‌କାଳିନୀ ବିଜେଡି ସରକାର ରାଜ୍ୟର ହିତାଧିକାରୀଙ୍କୁ କେବଳ ଚାଉଳ ଦେବା ପାଇଁ ସେତେବଳେ ନିଷ୍ପତ୍ତି ନେଇଥିଲେ। ଫଳରେ ଗହମ ପାଇବାରୁ ବଞ୍ଚିତ ହୋଇଥିଲେ ରାସନକାର୍ଡ ହିତାଧିକାରୀ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ହିତାଧିକାରୀଙ୍କୁ ବଡ ଆଶ୍ୱସ୍ତି ଦେଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ