Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେଣ୍ଟ ଜାଭିୟର୍ସ ହାଇସ୍କୁଲର ପିଲା ଙ୍କ ଦ୍ଵାରା କଳା ପ୍ରଦର୍ଶିତ।

ହାଟଡିହି ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଚଣ୍ଡୀ ବିରଞ୍ଚି ପୁର ର କୁନି କୁନି ପିଲା ମାନଙ୍କୁ ନେଇ ବିଦ୍ୟାଳୟ ର ଅଧକ୍ଷ୍ୟ ଇଂ ଉଦୟ ନାଥ କର ଙ୍କ ଚେଷ୍ଟା ରେ ପିଲା ପିରାମିଡ୍, ତ୍ରିଭୁଜ, ତିରଙ୍ଗା ଭଙ୍ଗୀ  ପ୍ରଦର୍ଶନ କରିଛନ୍ତି।ହାଟଡିହି ଅଞ୍ଚଳର ଏହି ଇଂରାଜୀ ବିଦ୍ୟାଳୟ ରେ ପିଲାମାନଙ୍କ ର ବିକାଶ ସାଙ୍ଗକୁ ଶାରୀରିକ, ମାନସିକ, ଯୋଗ, ଶିକ୍ଷା ପ୍ରଦାନ କରାଯାଉଛି। ଏହାଛଡା ବିଦ୍ୟାଳୟ ର ଅଧ୍ୟକ୍ଷ  ଇଂ ଉଦୟ ନାଥ କର ଙ୍କ ଅଭିନବ ପ୍ରୟାସ ଦ୍ବାରା ଏହି ୭୮ ତମ ସ୍ବାଧିନତା ଦିବସ ରେ ବିଦ୍ୟାଳୟ ରେ ପିଲା ମାନଙ୍କ ଦ୍ଵାରା ଫେନ୍ସି ଡ୍ରେସ  ମାଧ୍ୟମ ରେ ଦେଶର ସହିଦ୍ ବିର ଯବାନ, ଜାତିର ମହା ପୁରୁଷ ଓ ନାରୀ ନେତ୍ରୀ ବେଶ୍ ରେ ପିଲା ମାନଙ୍କ ର ପ୍ରତିଯୋଗିତା ହୋଇଥିଲା। ତାହା ଛଡା ପିଲା ମାନଙ୍କ ମାଧ୍ୟମ ରେ ଯବାନ ମାନଙ୍କ ଦ୍ଵାରା ପ୍ରଦର୍ଶିତ ହେଉଥିବା ପିରାମିଡ୍, ବାଇକ୍ ଚାଳନା,  ବିଭିନ୍ନ ପ୍ରକାର ଷ୍ଟଣ୍ଡ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ନରେନ୍ଦ୍ର ଚାରିଟେବୁଲ ଟ୍ରଷ୍ଟ ସଭାପତି ନରେନ୍ଦ୍ର ନାଥ କର, ଅବସର ପ୍ରାପ୍ତ ଶିକ୍ଷକ ମହେନ୍ଦ୍ର କୁମାର ପଳତା,  ଗୋପବନ୍ଧୁ ସୁଆର, ବିଦ୍ୟାଳୟ ନିର୍ମାତା ଉଦୟ ନାଥ କର, ଶିକ୍ଷକ ମାନଙ୍କ ମଧ୍ୟରେ ରାଜେଶ ବେହେରା, ବିଜୟ ପହି, ଦେବେନ୍ଦ୍ର ନାଥ ପାଢ଼ୀ ଙ୍କ ସହ ଶୁଭଶ୍ରୀ ପଣ୍ଡା, ଇତିଶ୍ରୀ ପଣ୍ଡା, କାବେରୀ ନାୟକ, ରାଜଶ୍ରୀ ସୁଆର, ଉର୍ମୀ ମହାନ୍ତି, ବିଷ୍ଣୁ ପ୍ରୀୟା ଦାସ, ଭାଗେଶ୍ୱରି ସାହୁ, ପ୍ରୀତିନନ୍ଦା ମଲିକ, ରଶ୍ମି ଖଟୁଆ, ପୂଜା ରଣା, ଦୟାନିଧି ଚୀନରା, ପ୍ରଶାନ୍ତ କୁମାର ଦାସ, ହିମାଂଶୁ ବାରିକ୍, ସଂଗ୍ରାମ ପଟ୍ଟନାୟକ, ବ୍ରହ୍ମାନନ୍ଦ ମଲ୍ଲିକ, ଦେବାଶିଷ ରାଉତ, ମଞ୍ଜୁଲତା ଖୁଣ୍ଟିଆ, ପ୍ରମିଳା ପାତ୍ର, ମନୋରମା ସେଠୀ, ଉର୍ମିଳା ସେଠୀ  ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ