Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

୨୭ରେ ନୁଆଁଖାଇ ଲଗ୍ନ ନିର୍ଦ୍ଧାରଣ

ସମ୍ବଲପୁର:ଚଳିତ ମାସ ୨୭ ତାରିଖ ମଙ୍ଗଳବାର ଅପରାହ୍ନ ୪ ସମୟରେ ନୁଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ କରାଯିବାକୁ ସ୍ଥିର କରାଯାଇଛି l ରୀତିନୀତି ଓ ପରମ୍ପରା ଅନୁସାରେ ନିର୍ଦ୍ଧିଷ୍ଟ ସମୟରେ ସମ୍ବଲପୁର ସହରର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭା ବସି ଲଗ୍ନ ନିର୍ଦ୍ଧାରଣ କରାଯିବ ବୋଲି ଝାଡୁଆପଡା ଶ୍ରୀ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ପକ୍ଷରୁ ସୁଚିତ କରାଯାଇଛି l ଜିଲ୍ଲାର ପଣ୍ଡିତ ଓ ଜ୍ୟୋତିଷ ବିଶାରଦ ମାନେ ବସି ଲଗ୍ନ ନିର୍ଦ୍ଧାରଣ କରିବେ l ଏଠାରେ ସୂଚନା ଯୋଗ୍ୟକି, ପରମ୍ପରାନୁଯାଇ ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀ ପରଦିନ ଅର୍ଥାତ ନନ୍ଦତ୍ସବରେ ନୁଆଁଖାଇ ଲଗ୍ନ ନିର୍ଦ୍ଧାରଣ କରିବା ଵିଧି ରହିଆସିଛି l