Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମଠେଶ୍ୱର ପୀଠ ନିକଟରେ ଟ୍ରଷ୍ଟ ଓ ଗ୍ରାମବାସୀଙ୍କ ଦ୍ଵାରା ମିଳିତ ବୃକ୍ଷ ରୋପଣ

ସମ୍ବଲପୁର:ଜମନକିରା ବ୍ଲକ ଖର୍ସନମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଇରମାଲ ଗ୍ରାମ ନିକଟସ୍ଥ ଗୋସେଇଁ ପାହାଡ଼ରେ ଥିବା ମଠେଶ୍ୱର ଶୈବ ପୀଠରେ ଆଜି ମଠେଶ୍ୱର ଟ୍ରଷ୍ଟ ଓ ଖଇରମାଲ ଗ୍ରାମବାସୀ ମିଳିତ ଭାବରେ ବୃକ୍ଷ ରୋପଣ କରିଛନ୍ତି। ପିଜୁଳି, ଜାମୁ, କଇଥ, ଅମଡ଼ା,କାଜୁ,ତେନ୍ତୁଳି, ଅଇଁଳା, ବାହାଡା,ନିମ୍ବ ଓ କରଞ୍ଜ ଆଦି କିସମର ପ୍ରାୟ ଏକ ହଜାର ଚାରା ରୋପଣ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ମାନଭଞ୍ଜନ ମେହେର, ପ୍ରଦୀପ ବେହେରା, ସୁଶାନ୍ତ ପଟେଲ, ଶେଷଦେବ ବେହେରା, ପ୍ରସନ୍ନ ପଧାନ, ନିରଞ୍ଜନ ମିର୍ଦ୍ଧା, ସୁଦାମ ଖମାରୀ, ମିଳନ ମିର୍ଦ୍ଧା, ମନୋଜ ପଧାନ, ସୁମନ୍ତ ପଧାନ, ଚିନ୍ମୟ ଭିତିରିଆ, ଅମିତ୍ ମିର୍ଦ୍ଧା, ସମିତ ମିର୍ଦ୍ଧା, ଆକାଶ ବୁଡ, ଅଜୟ କିଶାନ, କବିତା ପଧାନ, ନାଥ କିସାନ, ସୁନେଲି ପଧାନ, ଶ୍ରୀୟାଂଶି ମିର୍ଦ୍ଧା, କୁମଦିନି ମିର୍ଦ୍ଧା, ଦେବକୀ ମିର୍ଦ୍ଧା, ପିଙ୍କି ପଧାନ, ସନ୍ଧ୍ୟାରାଣି ଭିତିରିଆ, ସୁମିତ୍ରା ପଧାନ, ତୁଲସା ମିର୍ଦ୍ଧା, ଜୟକୁମାରି ମିର୍ଦ୍ଧା ଓ ଯଶୋବନ୍ତି ବାଗ୍ନଙ୍କ ସମେତ ଖଇରମାଲ ଗ୍ରାମବାସୀ ସମସ୍ତେ ମିଶି ମିଳିତ ଭାବରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ।