Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋବିନ୍ଦତୋଲା ଦୁର୍ଗାପୂଜା ପାଇଁ କର୍ତ୍ତାବରଣ ସହ ଚଣ୍ଡୀ ପାଠ ପାଇଁ ମଧ୍ୟ ସାଧକ ଅଶୋକ ପଣ୍ଡାଙ୍କୁ ବରଣ

ସମ୍ବଲପୁର:ସମ୍ବଲପୁର ସହର ର ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟି ଆସିଥିବା ଗୋବିନ୍ଦତୋଲା ଦୁର୍ଗାପୂଜା ର ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଯାଇଛି l ଆଜି ପୂର୍ବାହ୍ନ ରେ ପ୍ରଭୂ ଶ୍ରୀ ହନୁମାନ ଙ୍କୁ ପୂଜା ଅର୍ଚ୍ଚନା ପରେ ଅପରାହ୍ନ ରେ ଏହି ବର୍ଷ ର କର୍ତ୍ତା ବରଣ କାର୍ଯ୍ୟ ହୋଇଯାଇଛି l ଗୋବିନ୍ଦତୋଲା ଛକ ସ୍ଥିତ ଦୁର୍ଗାପୂଜା କମିଟି କାର୍ଯ୍ୟାଳୟ ରୁ ଘଣ୍ଟ ଶଙ୍ଖ ଓ ପାରମ୍ପlରିକ ଦୂଲଦୁଲି ବାଜା ସହ ଏକ ପଟୁଆର ରେ ଏବର୍ଷ ର କର୍ତ୍ତା ଇଞ୍ଜିନିଅର ସଞ୍ଜୟ ତ୍ରିପାଠୀ ଓ ଡାକ୍ତର ନମିତା ନାଥ ଙ୍କର ଗୋବିନ୍ଦତୋଲା ସ୍ଥିତ ବାସଭବନ କୁ ଯାଇ ପାରମ୍ପlରିକ ରୀତିନୀତି ରେ ପୂଜା ଅର୍ଚ୍ଚନା ପୂର୍ବକ ଦୁର୍ଗାପୂଜା କମିଟି ର ସଭାପତି ପ୍ରଦୀପ କୁମାର ପାଢ଼ୀ, ବରିଷ୍ଠ ସଭ୍ୟ ଦୀପକ ପଣ୍ଡା ଓ ଗତବର୍ଷ ର କର୍ତ୍ତା ଦାଶରଥି ପଣ୍ଡା ଙ୍କ ଦ୍ୱାରା କର୍ତ୍ତା ବରଣ କାର୍ଯ୍ୟ ସମ୍ପାଦନ କରାଯାଇଥିଲା l ଏହି ସମୟରେ ତ୍ରିପାଠୀ ପରିବାର ର ଅଭିଭାବକ ମାନେ ଓ ଦୁର୍ଗାପୂଜା କମିଟି ର ସଦସ୍ୟ ଉପସ୍ଥିତ ଥିଲେ l
ପରେ ପରେ ପ୍ରତିବର୍ଷ ପରି ମାଁ ଭୁବନେଶ୍ୱରୀ ଙ୍କର ପୂଜା କାଳରେ ଚଣ୍ଡୀପାଠ କରିଆସୁଥିବା ସାଧକ ଅଶୋକ ପଣ୍ଡା ଙ୍କୁ ଏହି ବର୍ଷ ର କର୍ତ୍ତା ସଞ୍ଜୟ ତ୍ରିପାଠୀ ତଥା କମିଟି ର ବରିଷ୍ଠ ସଦସ୍ୟଙ୍କ ପକ୍ଷରୁ ରୀତିନୀତି କ୍ରମେ ବରଣ କରାଯାଇଥିଲା l ଏହି ସମୟରେ ଶ୍ରୀ ପଣ୍ଡା ଙ୍କର ଧର୍ମପତ୍ନୀ ରେଣୁବାଳା ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ l
ଆଜିର ଏହି ବିଶେଷ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ କିଶୋର ପଣ୍ଡା, ପ୍ରକାଶ ପଟ୍ଟନାୟକ, ସୂର୍ଯ୍ୟ ପାଣିଗ୍ରାହୀ, ବାଙ୍କବିହାରୀ ପଣ୍ଡା, ଅଜୟ ସାହୁ, ରମାକାନ୍ତ ବେରିହା, ଜଗନ୍ନାଥ ଆଚାର୍ଯ୍ୟ, ଡମ୍ବରୁଧର ରଣା, ଜୟନାରାୟଣ ଶତପଥି,ଜିତୁ ପଣ୍ଡା,ବଳରାମ ସେଠି, ସଞ୍ଜୟ ସାହୁ, ରାଜକିଶୋର ପୁରୋହିତ, କଳ୍ପତରୁ ବେହେରା, ଶ୍ରୀକାନ୍ତ ପଣ୍ଡା,ଦିଲୀପ ଠାକୁର,ଗଦାଧର ପରଡିଆ ଙ୍କ ସହ ଅନେକ ସଦସ୍ୟ ଉତ୍ସାହର ସହ ଉପସ୍ଥିତ ରହିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ