Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅମାତପାଲି ରେ ସୌରଶକ୍ତି ପାନୀୟଜଳ ପ୍ରକଳ୍ପ ଅଚଳ ; ପିଇବା ପାଣି ପାଇଁ ଗ୍ରାମବାସୀ ବିକଳ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ ଅମାତପାଲି ଗାଁ ମଝିରେ ଥିବା ସୌର ଚାଳିତ ପ୍ରକଳ୍ପ ଦୀର୍ଘ ଦିନ ହେଲା ଅଚଳ ଅବସ୍ଥାରେ ପଡ଼ିରହିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉକ୍ତ ପ୍ରକଳ୍ପ ଅଚଳ ହୋଇ ପଡି ଥିବା ଗ୍ରାମବାସୀ କୁହନ୍ତି । ତେବେ ଅଭିଯୋଗ ସତ୍ତ୍ୱେ ଏଯାଏ ଏହାର ମରାମତି କରାଯାଇ ନାହିଁ । ଗ୍ରାମର ଗୋଟିଏ ୱାର୍ଡର ପ୍ରାୟ ୪୦୦ ବାସିନ୍ଦା ପିଇବା ପାଣି ପାଇଁ ଏହା ଉପରେ ନିର୍ଭର କରୁଥିଲେ। ଲୋକେ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ସମାନ କାରଣରୁ ଗ୍ରାମର ଦଳିତ ବସ୍ତିରେ ଥିବା ଅନ୍ୟ ଏକ ସୌର ଚାଳିତ ପ୍ରକଳ୍ପ ମଧ୍ୟ ଦୁଇ ମାସ ହେଲା ଅଚଳ ହୋଇ ପଡ଼ିରହିଛି । ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ଏହାକୁ ମରାମତି କରିବାକୁ ଦାବି ହୋଇଛି ।