Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ପବିତ୍ର ଜନ୍ମାଷ୍ଟମୀ ଓ ବିଶ୍ବହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ପାଳନ

ସମ୍ବଲପୁର:ସ୍ଥାନୀୟ ବୁଢ଼ାରାଜା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଜି ପବିତ୍ର ଜନ୍ମାଷ୍ଟମୀ ଓ ବିଶ୍ବହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଅବସରରେ ପାଳନ ହୋଇ ଯାଇଛି ! ଏହି ଅବସରରେ କୁନି କୁନି ଛାତ୍ର ଛାତ୍ରୀଙ୍କ ଦ୍ଵାରା ରାଧାକୃଷ୍ଣ ବେଶରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇ ଯାଇଛି ! କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ବହୁମୁଖୀ ପ୍ରତିଭା ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ବହିଦାର,ସଭାପତି ଶ୍ରୀଯୁକ୍ତ ଜୟକୃଷ୍ଣ ବେହେରା ସଭାପରିଚାରନା କରିଥିବା ବେଳେ,ବବୃବାହାନ ଭୋଇ ଅତିଥି ପରିଚୟ କରିଥିଲେ,ଉପସଭାପତି ଶିବଶଙ୍କର ନନ୍ଦ, ଆଇନଜୀବୀ ଚିତ୍ତରଞ୍ଜନ ପଣ୍ଡା,ସମ୍ପାଦକ ସୁରେନ୍ଦ୍ର କୁମାର ଦାଶ, ଶେଷଦେଵ ଗୁରୁ, ଦୁଲାଲ ଚନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତ ଥିଲା ବେଳେ କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ହେମନ୍ତ ପଣ୍ଡା, ସଞ୍ଜୟ କୁମାର ଦାସ, ସନ୍ତୋଷ ମିଶ୍ର, ଶୁଭଶ୍ରୀ ବଡ଼ପଣ୍ଡା, ହାସ୍ୟମୟୀ ବେହେରା, ସ୍ୱାଗତିକା ବାରିକ, ସଂଯୁକ୍ତା ପାଣିଗ୍ରାହୀ,ଗୀତାରାଣୀ ମିର୍ଦ୍ଧା, ରଶ୍ମିତା ସାହୁ ପ୍ରମୁଖ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ !