Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁରରେ ମହା ସମାରୋହରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ ଉତ୍ସବ। ପ୍ରଭୁ ଶ୍ରୀକୃଷ୍ଣ ହେଉଛନ୍ତି ପ୍ରେମର ପ୍ରତୀକ। ପ୍ରଭୁ ସୁଦାମା ପରି ଜଣେ ଦରିଦ୍ର ଲୋକଙ୍କ ସହ ମୈତ୍ରତା ଓ ବନ୍ଧୁତା ସ୍ଥାପନ କରି ତାଙ୍କ ଗାମୁଛାରୁ ଅଇଁଠା ଚାଉଳ ଭଜା ଖାଇବା ସହ ଧନୀ ଦରିଦ୍ର ସାନ ବଡ଼ର ପାର୍ଥକ୍ୟ ନ ରଖି ତାଙ୍କୁ ବନ୍ଧୁ କରି ଦୁନିଆଁକୁ ଉଦାହରଣ ଦେଇ ଥିଲେ। ପ୍ରଭୁ ଙ୍କ ଏ ଉଦାରତା ଓ ଅନ୍ୟାୟ ଅତ୍ୟାଚାର ର ଦମନ କରି ଧର୍ମ ରକ୍ଷା କରିବା ଜୀବ ଜଗତ କୁ ସୁରକ୍ଷା ଦେବା ଆଜି ଦିନର ବା ଉପାସନା ର ମୂଳ ଲକ୍ଷ୍ୟ ଅଟେ। ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସର ରେ ଆଜି ସୁବର୍ଣ୍ଣପୁର ସହର ତଥା ଜିଲ୍ଲା ଉତ୍ସବ ମୁଖର ହୋଇ ଉଠିଛି ।ସୋନପୁର ମଝିପଡ଼ା ରାମ ମନ୍ଦିର, ମହାବୀର କଲୋନୀ ରାମ ମନ୍ଦିର, ନରସିଂହ ମନ୍ଦିର, ବୃନ୍ଦାବନ ବିହାରୀ ମନ୍ଦିର, ଶ୍ରୀ ଗୋପାଳଜି ମନ୍ଦିର, ଇସ୍କନ ମନ୍ଦିର ସମେତ ବିଭିନ୍ନ ମନ୍ଦିର ଓ ପାଠାଗାର ମାନଂକରେ ଜନ୍ମାଷ୍ଟମୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଛି। ସେହିପରି ଗୋକନେଶ୍ୱର ପଡ଼ା ସ୍ଥିତ ସମାଜସେଵୀ ଗୋପାଳ ନେଗୀ ଙ୍କ ବାସଭବନ ରେ ମଧ୍ୟ ଜନ୍ମାଷ୍ଟମୀ ବ୍ରତ ଧୁମ୍ ଧାମରେ ପାଳନ କରାଯାଇଥିବା ବେଳେ ପୁରୁଷ ଓ ମହିଳା ବ୍ରତ ଧାରୀ ଏକାଠି ହୋଇ ରୀତି ନୀତିରେ ପୂଜା ଅର୍ଚ୍ଚନା କରି ପ୍ରଭୁଙ୍କୁ ନୈବେଦ୍ୟ ଅର୍ପଣ କରି ପ୍ରଭୁଙ୍କ ଆଶିଷ ଲାଭ କରିଥିଲେ ଏଵଂ ଏଠାରେ ସଙ୍ଗୀତକାର ପୁରନ୍ଦର ଠେଲାଙ୍କ ସାଂସ୍କୃତିକ ଅନୁଷ୍ଠାନର କଳାକାର ଙ୍କ ଦ୍ଵାରା ଭଜନ ସଙ୍ଗୀତ ପରିବେଷଣ କରାଯାଇଥିଲା ବେଳେ ସମଗ୍ର ଅଞ୍ଚଳ ରେ ଏକ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା। ସମସ୍ତ ଭକ୍ତ ଶ୍ରଦ୍ଧାଳୁ ଶ୍ରୀକୃଷ୍ଣ ଙ୍କ ଭଜନ କୀର୍ତ୍ତନ ରେ ଭାବ ବିହ୍ବଳ ହୋଈ ନାଚ ଗୀତ ରେ ସାମିଲ ହୋଇଥିଲେ l ଯୋଗ ସମିତି, ସ୍ବଚ୍ଛ ଭାରତ ସମେତ ସହର ର ବହୂ ଭକ୍ତ ଶ୍ରଦ୍ଧାଳୁ ଏଠାରେ ଯୋଗ ଦେଇ ପ୍ରଭୂ କୃପା ଲାଭ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ