ବରିଷ୍ଠ ଫଟୋଗ୍ର।ଫର କରୁଣାକର ଶତପଥୀଙ୍କୁ ମିଳିବ ଅନ୍ତରାଷ୍ଟ୍ରିୟ ସମ୍ମାନ


ସମ୍ବଲପୁର:ବିଶ୍ୱ ଫୋଟୋଗ୍ରାଫି ଦିବସ ଅବସରରେ ସମ୍ବଲପୁର ର ବରିଷ୍ଠ ଫଟୋଗ୍ରାଫର୍ କରୁଣାକର ଶତପଥୀଙ୍କୁ ୟୁନାଇଟେଡ ଷ୍ଟେଟ ଫୋଟୋଗ୍ରାଫି ଏଲାୟଂସ ୟୁ ଏସ ଏ ଦ୍ଵାରା ଫଟୋଗ୍ରାଫିରେ ଅନରାରି ଫେଲୋ (ଏଫ୍ ଆଇ ସି ଏସ୍) ମିଳିଛି l ଏହି ସମ୍ମାନ ଶ୍ରୀ ଶତପଥିଙ୍କୁ କଳାତ୍ମକ ଫଟୋଗ୍ରାଫି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ଏବଂ ଅବଦାନ ନିମନ୍ତେ ଦିଆଯାଇଛି l ଏହା ପୂର୍ବରୁ ମଧ୍ୟ ଶ୍ରୀ ଶତପଥୀଙ୍କୁ ଅନେକ ରାଷ୍ଟ୍ରିୟ ଏବଂ ଅନ୍ତରାଷ୍ଟ୍ରିୟ ସମ୍ମାନରେ ସମ୍ମାନିତ କରାଯାଇଅଛି । ଏହି ଏଲାୟଂସର ଭାରତୀୟ ପ୍ରତିନିଧି ଏବଂ ଆନ୍ଧ୍ର ପ୍ରଦେଶ, ବିଜୟବାଡ଼ାର ବିଶିଷ୍ଟ ଫଟୋ ଜର୍ଣ୍ଣାଲିଷ୍ଟ ତମ୍ମା ଶ୍ରୀନିବାସନ ରେଡ୍ଡି ଙ୍କ ସୂଚନା ଅନୁସାରେ ଏହି ସମ୍ମାନ ପାଇଁ ବିଶ୍ଵର ପ୍ରତିଟି ଦେଶରୁ ପ୍ରତିବେଦନ ପ୍ରାପ୍ତ ହୋଇଥିଲା ,ଯେଉଁଥିରୁ ମାତ୍ର ୨୮ଟି ର ଚୟନ କରାଯାଇଥିଲା ଏବଂ ଏହି ୨୮ ଜଣଙ୍କ ମଧ୍ୟରେ ୧୨ ଜଣ ଭାରତୀୟ ଥିବା ବେଳେ ଓଡ଼ିଶା, ସମ୍ବଲପୁରର ଏକମାତ୍ର ଶ୍ରୀ ଶତପଥି ସମ୍ମାନ ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଯାହା ସମ୍ବଲପୁର କାହିଁକି ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ଶ୍ରୀ ଶତପଥିଙ୍କ କହିବା ଅନୁସାରେ ଶ୍ରୀ ତମ୍ମା ଶ୍ରୀନିବାସନ ରେଡ୍ଡି ତାଙ୍କୁ ଇମେଲ ମାଧ୍ୟମରେ ଏହି ସୂଚନା ଦେବା ସହ ଇ ସାର୍ଟିଫିକେଟ ପଠେଇ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଆସନ୍ତା ଡିସେମ୍ବର ପହିଲାରେ ବିଜୟବାଡ଼ା ଠାରେ ଶ୍ରୀ ଶତପଥିଙ୍କୁ ଏହି ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନ ପ୍ରଦାନ କରାଯିବ ।