Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳରପତରିଆ ବାଘ ଚମଡା ସହ ୩ ଅଟକ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ପକ୍ଷରୁ ହୀରାଲୋଇ ଗ୍ରାମରେ ସୋମବାର ରାତିରେ ଚଢାଉ କରାଯାଇ ଏକ କଲରାପତରିଆ ବାଘର ଚମଡା ସହ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୩ ଜଣ ଶିକାରୀଙ୍କୁ ଅଟକ ରଖାଯାଇଥିବା ଖବର ମିଳିଛି lମିଳିଥିବା ସୂଚନା ଅନୁସାରେ ହୀରାଲୋଇ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ କଲରାପତରିଆ ବାଘ ଶିକାର କରାଯାଇ ହୀରାଲୋଇ ଗ୍ରାମର କିଛି ଶିକାରୀ ଘରେ ମୃତ ବାଘର ଚମଡା ରଖିଥିଲେ। ଏ ସମ୍ପର୍କରେ ସୂଚନା ପାଇ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଏବଂ ଫରେଷ୍ଟର ପ୍ରବୀଣ କୁମାର ସାହୁ ପ୍ରମୁଖ ସଦଳବଳେ ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ହୀରାଲୋଇ ଗ୍ରାମର ସମ୍ପୃକ୍ତ ଶିକାରୀମାନଙ୍କ ଘରେ ଚଢାଉ କରିଥିଲେ। ଚଢାଉ ବେଳେ ସେମାନଙ୍କ ଠାରୁ ଏକ କଲରାପତରିଆ ବାଘ ଚମଡା ସହ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଥିଲେ। ଅନ୍ୟ ପକ୍ଷରେ ଏହି ଘଟଣାରେ ଗ୍ରାମର ତିନି ଜଣ ବ୍ୟକ୍ତିଙ୍କୁ ଅଟକ ରଖି ଅଧିକ ପଚରା ଉଚୁରା କରାଯାଉଛି। ଖବର ପାଇ ମଙ୍ଗଳବାର ସକାଳୁ ରେଢ଼ାଖୋଲ ଡ଼ିଏଫଓ ଅରବିନ୍ଦ ମହାନ୍ତି ଏଠାକୁ ଆସି ଅଧିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।ତେବେ ଏହି ଅଞ୍ଚଳରେ ବନ୍ୟ ଜନ୍ତୁ ଶିକାର ନୀତି ଦିନିଆଁ ଘଟଣା ହୋଇଥିଲେବି କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ବନ୍ୟ ପ୍ରାଣୀ ଙ୍କ ଜୀବନ ସୁରକ୍ଷିତ ହୋଇ ପାରୁ ନାହିଁ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ