Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ବାଦିକ ଧର୍ମେନ୍ଦ୍ର ପଟ୍ଟନାୟକଙ୍କ ମାତୃ ବିୟୋଗ

ସମ୍ବଲପୁର:ସାମ୍ବାଦିକ ଧର୍ମେନ୍ଦ୍ର ପଟ୍ଟନାୟକ ଙ୍କ ମାତା ତଥା ସ୍ୱର୍ଗତ ଦେବହରି ପଟ୍ଟନାୟକ ଙ୍କ ଧର୍ମପତ୍ନୀ କମଳିନୀ ପଟ୍ଟନାୟକ(୬୪) ଙ୍କ ସୋମବାର ରାତ୍ର ୧୨ ଟା ସମୟରେ ଦେହାନ୍ତ ଘଟିଛି l ସମ୍ବଲପୁର ରାଜଘାଟ ଠାରେ ତାଙ୍କର ପୁତ୍ର ସାମ୍ବାଦିକ ଧର୍ମେନ୍ଦ୍ର ପଟ୍ଟନାୟକ ଆଜି ମୁଖାଗ୍ନି ଦେଇଥିଲେ l ସ୍ୱର୍ଗତ କମଳିନୀ ପଟ୍ଟନାୟକ ଜଣେ ଧର୍ମପରାୟଣ ମହିଳା ଥିଲେ l ଗତ କିଛି ଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ l ତାଙ୍କ ପରଲୋକ ଖବର ଶୁଣି ତାଙ୍କ ଧନୁପାଲି ଗୋବିନ୍ଦତୋଳା ବାସଭବନରେ ସହରର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଅନ୍ତିମ ଦର୍ଶନ ପୂର୍ବକ ଶ୍ରନ୍ଧାଞ୍ଜଳି ଅର୍ପଣ କରିଥିଲେ I
ଓଡିଶା ସାମ୍ବାଦିକ ସଂଘ ରାଜ୍ୟ ଉପ ସଭାପତି ସୁଶାନ୍ତ ମହାପାତ୍ର, ଜ଼ିଲ୍ଲା ସାଧାରଣ ସମ୍ପାଦକ ସରୋଜ ସାହୁ,
ବିଜେପି ନେତା ଦାମୋଦର କର, ସାମ୍ବାଦିକ ଶ୍ରବଣ କୁମାର ପତି, ବିଷ୍ଣୁ ପ୍ରସାଦ ଦିୱେଦୀ, ନବୀନ ଦାଶ, ଅମଳେନ୍ଦୁ ନାୟକ, ନରସିଂ ବଗର୍ତ୍ତି ପ୍ରମୁଖ ରାଜଘାଟ ପହଂଚି ଶେଷ ଦର୍ଶନ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ I ଶ୍ରୀମତୀ ପଟ୍ଟନାୟକ ଙ୍କ ବିୟୋଗରେ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ସଭାପତି ହିମାଂଶୁ ଶେଖର ମିଶ୍ର, ଉପ ସଭାପତି ସୁକାନ୍ତ କର ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି, ସେହିପରି ପ୍ରେସ କ୍ଲବ ସଭାପତି ତ୍ରିବିକ୍ରମ ପ୍ରଧାନ ସ୍ୱର୍ଗତ ଆତ୍ମା ର ସଦଗତି କାମନା କରି ଶୋକ ସନ୍ତପ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି l ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ତିନି ପୁତ୍ର ରାଜେନ୍ଦ୍ର, ଜିତେନ୍ଦ୍ର, ଧର୍ମେନ୍ଦ୍ର, ପୁତ୍ରବଧୁ, ନାତି ନାତୁଣୀ, ବନ୍ଧୁପରିଜନ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ