Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ପାରା ଅଲିମ୍ପିକ୍ସ: ୪୪୦୦ ଭିନ୍ନକ୍ଷମ ଖେଳାଳିଙ୍କ ମଧ୍ୟରେ ହେବ ଟକ୍କର

ପ୍ୟାରିସ: ଆଜିଠାରୁ ପ୍ୟାରିସରେ ଆରମ୍ଭ ହେବାକୁ ଯାଉଛି ପାରା ଅଲିମ୍ପିକ୍ସର ସପ୍ତଦଶ ସଂସ୍କରଣ । ୨୨ କ୍ରୀଡ଼ାର ୫୪୯ ଇଭେଣ୍ଟରେ ପ୍ରତିନ୍ଦ୍ୱନ୍ଦିତା କରିବେ ୪୪୦୦ ଭିନ୍ନକ୍ଷମ ଖେଳାଳି । ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ୧୨ ଦିନ ଧରି ଭିନ୍ନକ୍ଷମ ଖେଳାଳିଙ୍କୁ ନେଇ ଚାଲିବ ଏହି ପ୍ରତିଯୋଗିତା ।

ଭାରତୀୟ ଭିନ୍ନକ୍ଷମ କ୍ରୀଡ଼ା ଇତିହାସର ସର୍ବବୃହତ୍ ୮୪ ଜଣିଆ ଦଳ ଏଥିରେ ଅଂଶଗ୍ରହଣ କରିଛନ୍ତି । ଏଥର ଭାରତୀୟ ପ୍ରତିଯୋଗୀମାନେ ୩ଟି ଅଧିକ ଅର୍ଥାତ୍ ୧୨ଟି କ୍ରୀଡ଼ାରେ ଭାଗ ନେବେ ।

ସୁଟର ମନୀଷ ନରୱାଲ୍, ସଟଲର୍ କ୍ରୀଷ୍ଣା ନାଗର, ଧାବିକା ଦୀପ୍ତି ଜୀବନଜୀ, ବ୍ୟାଡମିଣ୍ଟନ୍ ତାରକା ସୁହାସ ୟତିରାଜ, ତୀରନ୍ଦାଜ ଶୀତଲ ଓ ହରବିନ୍ଦର ସିଂହ ପ୍ରମୁଖ ସ୍ୱର୍ଣ୍ଣ ଦୌଡ଼ରେ ରହିବେ । ଏଥରର ପାରା ଅଲିମ୍ପିକ୍ସରେ ଜଣେ ହେଲେ ବି ଓଡ଼ିଆ ଖେଳାଳିଙ୍କୁ ଦେଖିବାକୁ ମିଳିବ ନାହିଁ । ଗତ ସଂସ୍କରଣରେ ଭାରତ ୫ ସ୍ୱର୍ଣ୍ଣ ସହ ରେକର୍ଡ ୧୯ ପଦକ ଜିତି ୨୪ ତମ ସ୍ଥାନରେ ରହିଥିଲା । ଏଥର ଭାରତ ଅଧିକ ପଦକ ଜିତିବାର ଆଶା ରହିଛି ।

More Stories