Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ସଦସ୍ୟତା ନେଇ କର୍ମଶାଳା

ସମ୍ବଲପୁର :ଭାରତୀୟ ଜନତା ପାର୍ଟି ସମ୍ବଲପୁର ଜିଲ୍ଲାର ଗୁଦଗୁଦା ମଣ୍ଡଳର ସଦସ୍ୟତା ଅଭିଯାନ ୨୦୨୪ ଉପଲକ୍ଷେ ଏକ କର୍ମଶାଳା କୁନ୍ତରା ଆରଏମସି ଠାରେ ଅନୁଷ୍ଠିତ ହୋଇଯାଇଛି l ଆଗାମୀ ସେପ୍ଟେମ୍ୱର୍ ୨ ତାରିଖ ରୁ ନୂତନ ସଦସ୍ୟତା ଅଭିଯାନ ଆରମ୍ଭ ହେବl ଏହି କର୍ମଶାଳା ରେ ସଭାପତି ଉପେନ୍ଦ୍ର ପଟେଲ ସାଧାରଣ ସମ୍ପାଦକ ଚୂଡ଼ାମଣି ମାକର ଓ ଲକ୍ଷ୍ମଣ କିଶାନ୍ ତଥା କାର୍ଯ୍ୟକ୍ରମ ସଂଯୋଜକ ଗୀତା କାହାଳୀ ସହ ସଂଯୋଜକ ପ୍ରଶାନ୍ତ ପଟେଲ ଅନ୍ୟତମ ସହ ସଂଯୋଜକ ଜଗନ୍ନାଥ ପୃସେଠ ଜିଲ୍ଲା କମିଟି ସଦସ୍ୟ ଜୟମଙ୍ଗଲ ନାୟକ ଉପସ୍ଥିତ ଥିଲେ l
କାର୍ଯ୍ୟକ୍ରମ ରେ ଜିଲ୍ଲା ସମ୍ପାଦକ ବିଭୂତି କଲ୍ୟାଣ ପଟେଲ ପ୍ରଭାରୀ ଭାବରେ
ରାଜନୈତିକ ଦଳ ରେ ସଦସ୍ୟତା ର ଗୁରୁତ୍ଵ ଉପରେ ଆଲୋକ ପାତ କରିବା ସହ
ଦଳକୁ ସର୍ବ ବ୍ୟାପି ସର୍ବ ସ୍ପର୍ଷୀ କରିବା ପାଇଁ ଆହ୍ବାନ ଦେଇଥିଲେ
ସେପ୍ଟେମ୍ବର ମାସ ୧୫ ତାରିଖ ସୁଦ୍ଧା ଏହି ସଦସ୍ୟତା ଅଭିଯାନ ସମାପନ କରିବାକୁ ନିଷ୍ପତ୍ତି ନିଆଯାଇଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ