ନାବାଳିକା ଦୁଷ୍କର୍ମକାରୀ କୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ


କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସରଙ୍ଗଡ଼ ଥାନା ଅଞ୍ଚଳର ଏକ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ସିଦ୍ଧାନ୍ତ ଦଳ ବେହେରା କୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ ତିରିଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୫ ମାସ
ସଶ୍ରମ କାରାଦଣ୍ଡଦେଶ ଦେଇଛନ୍ତି । ଏଥ୍ ସହ ପୀଡିତା ନାବାଳିକା କୁ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ପୋକ୍ସ କୋର୍ଟ ବିଚାରପତି ନିର୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ୧ ୩ /୮ /୨ ୦୧ ୮ ରେ ଅଭିଯୁକ୍ତ ସିଦ୍ଧାନ୍ତ ନାବାଳିକାକୁ ଦୁଷ୍କର୍ମ କରିଥ‌ିବା ନେଇ ନାବାଳିକା ର ପରିବାର ଲୋକେ ସରଙ୍ଗଡ଼ ଥାନାରେ ଏତେଲା ଦେଇଥିଲେ । ସରଙ୍ଗଡ଼ ଥାନା ପୋଲିସ ଏ ସମ୍ପର୍କରେ ୫ /୨୦୧୮ ରେ ଏକ ମାମଲା ରୁଜୁ କରିଥିଲା । ବୁଧବାର ଏହି ମାମଲାରେ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ପୋକ୍ସ କୋର୍ଟ ବିଚାର ପତି ଉପରୋକୁ ରାୟ ପ୍ରଦାନ କରିଛନ୍ତି ।