Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାୟନୀ ଶ୍ରୀୟାଂଶୀଙ୍କୁ କୋଣାର୍କ କାନ୍ତି ସମ୍ମାନ ପ୍ରଦାନ

ସମ୍ବଲପୁର:ଭାରତର ରାଜଧାନୀ ଦିଲ୍ଲୀ ଠାରେ ଅନୁଷ୍ଟିତ ଦିଲ୍ଲୀ ଡେନ୍ସ ଫେଷ୍ଟିବାଲ୍ ରେ ଚିତ୍ତାକର୍ଷକ ଏକକ ଓଡିଶୀ ନୃତ୍ୟ ପରିବେଷଣ କରି ଦେବଗଡ ଚିନ୍ମୟ ବିଦ୍ୟାଳୟର ଦ୍ବିତୀୟି ଶ୍ରେଣୀର କୁନୀ ଝିଅ ସାୟନୀ ଶ୍ରୀୟାଂଶୀ ସମ୍ମାନ ଜନକ କୋଣାର୍କ କାନ୍ତି ଆଉଆଡ୍ ୨୦୨୪ ରେ ସମ୍ମାନିତ ହୋଇଛନ୍ତି। ଦିଲ୍ଲୀ ର ମୁକ୍ତାଧାରା ବଙ୍ଗ ସଂସ୍କୁତି ଭବନ ଠାରେ ଅନୁଷ୍ଟିତ ସର୍ବଭାରତୀୟ ସ୍ତରିୟ ଏହି କାଯ୍ୟକ୍ରମରେ ଓଡିଶୀ ସମେତ ଭାରତନାଟ୍ୟମ୍, କଥକ, କୁଚିପୁଡି, କଥକେଲି, ମଣିପୁରୀ, ଛଉ ଆଦି ବିଭିନ୍ନ ସାସ୍କୃତିକ ନୃତ୍ୟ ଦେଶର ବିଭିନ୍ନ ଅଞ୍ଚଳରୁ ନୃତ୍ୟ ଶିଲ୍ପୀଙ୍କ ଦ୍ୟାରା ପ୍ରଦର୍ଶତ ହୋଇଥିଲା। ଏହି କାଯ୍ୟକ୍ରମରେ ଓଡିଆ ଅସ୍ମିତାର ପରିଚୟ ଓଡିଶୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ ଦ୍ବିତୀୟ ଶ୍ରେଣୀର କୁନୀ ଝିଅ ସାୟନୀ ଶ୍ରୀୟାଂଶୀ। ସାୟନୀ ଙ୍କ ବାପା ଉଜ୍ଜ୍ବଳ କୁମାର ସାହୁ ଜୀବନ ବୀମା ନିଗମ ହାଉସିଙ୍ଗ ସହକାରି ପରିଚାଳକ ଭାବରେ କାଯ୍ୟ କରୁଥିବା ବେଳେ ମାଁ ପ୍ରିୟଙ୍କା ପାରୁଲ୍ ମିଶ୍ର ରାଜ୍ୟ ମୃତ୍ତିକା ସଂରକ୍ଷଣ ବିଭାଗରେ କଯ୍ୟକରୁଛନ୍ତି।ଦ୍ବିତୀୟ ଶ୍ରେଣୀର ଝିଅ ସାୟନୀ ଏବେ ଗୁରୁ ଗାୟତ୍ରୀ ସାହୁ ଓ ଗୁରୁ ଘନଶ୍ୟାମ ବେହେରା ଙ୍କ ଅଧୀନରେ ଓଡିଶୀ ନୂତ୍ୟ ଶିକ୍ଷା ଗ୍ରହଣ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ