Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଜିଲ୍ଲାରେ ଜନ ଜୀବନର ସୁରକ୍ଷା ଦୃଷ୍ଟିରୁ ବେଆଇନ ଗାଡି ଚାଳନାକୁ କଡାକଡି କରାଯିବ। ଆଜି ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଅଧ୍ୟକ୍ଷତା କରି ଜିଲ୍ଲାରେ ସଡ଼କ ଦୁର୍ଘଟଣା କୁ ରୋକିବା ନିମନ୍ତେ ରାସ୍ତାରେ ବେଆଇନ ଗାଡିଚାଳନା କୁ ଉଭୟ ପରିବହନ ବିଭାଗ ଓ ପୋଲିସ ପ୍ରଶାସନ ମିଳିତ ଭାବେ ଆବଶ୍ୟକ ଚେକିଂ କରିବାକୁ ଗୁରୁତ୍ୱାରୋପ କରିଛନ୍ତି ଜିଲ୍ଲାପାଳ ଶ୍ରୀମତୀ ଦାସ। ଜିଲ୍ଲାର ଦୁର୍ଘଟଣା ଜନିତ ମୃତ୍ୟୁ ହାର କୁ ହ୍ରାସ କରିବା ନିମନ୍ତେ ସମସ୍ତେ ସୁସମନ୍ୱୟ ପୂର୍ବକ କାର୍ଯ୍ୟ କରିବା ପାଇଁ ନିର୍ଦେଶ ଦେଇଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଜେନା ବୈଠକରେ ଗତ ବୈଠକ ନିଷ୍ପତ୍ତିର ତଥ୍ୟ ଉପସ୍ଥାପନ କରିଥିଲେ।ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ, ବଲାଙ୍ଗୀରଙ୍କୁ ବୈଠକରେ ଏନଏଚ ବିଭାଗ ଅଧୀନରେ ଥିବା ରାସ୍ତା ଉପରେ ଅବସ୍ଥିତ ଥିବା ବୃକ୍ଷ ମାନଙ୍କରେ ତୁରନ୍ତ ରେଡିଅମ୍ ରିଫ୍ଲେକ୍ଟର ଲଗାଇବା, ମୁଖ୍ୟ ଛକ ମାନଙ୍କରେ ରମ୍ବଳର ତଥା ଦୁର୍ଘଟଣା ପ୍ରବଣ ଚିନ୍ହିତ ସ୍ଥାନ ଗୁଡିକରେ ସାଂକେତିକ ଚି଼ହ୍ନ ସହ ଗତି ପ୍ରତିରୋଧକ ବୋର୍ଡ ଲଗାଇବା ପୁନଶ୍ଚ ରାଜ୍ୟ ତଥା ଜାତୀୟ ରାଜପଥ ସଂଲଗ୍ନ ବିଦ୍ୟାଳୟ ମାନଙ୍କୁ ସଡ଼କ ସୁରକ୍ଷା ବାବଦରେ ଅବଗତ କରିବା ସହ ସୁରକ୍ଷା ସାଇନେଜ ବୋର୍ଡ ଲଗାଇବା ପାଇଁ ନିର୍ଦେଶ ଦେଇଛନ୍ତି । ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଆସନ୍ତା ସପ୍ତାହ ମଧ୍ୟରେ ସ୍କୁଲ ସୁରକ୍ଷା କମିଟି ଗଠନ କରି ଆରଟିଓ ଏବଂ ବିଦ୍ୟାଳୟ କତୃପକ୍ଷ ମିଳିତ ଭାବେ ସଡ଼କ ସୁରକ୍ଷା ଉପରେ ଛାତ୍ର ଛାତ୍ରୀ ତଥା ଅଭିଭାବକ ଙ୍କ ମଧ୍ୟରେ ଯଥେଷ୍ଟ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ସହର ର ବୁଢ଼ାରଜା ଛକ ଓ ବ୍ଲକ ଛକ ରେ ଟ୍ରାଫିକ ବ୍ୟବସ୍ଥା ସହ ଟ୍ରାଫିକ ଉନ୍ନତି କରଣର ବ୍ୟବସ୍ଥା ପାଇଁ ଆର୍ ଆଣ୍ଡ ବି ର ନିର୍ବାହୀ ଯନ୍ତ୍ରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ବୈଠକରେ ନିର୍ଦେଶ ଦିଆଯାଇଛି। ବେଆଇନ ଗାଡି ଚାଳନା କୁ ରୋକିବା ପାଇଁ ପରିବହନ ବିଭାଗ ଓ ପୋଲିସ ବିଭାଗର ଅଧିକାରୀଙ୍କୁ ଏ ଦିଗରେ କଠୋର ପଦକ୍ଷେପ ଗ୍ରହଣ କରିବା ସହ ଚେକିଙ୍ଗ କଡାକଡି କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ. ରମେଶ ଚନ୍ଦ୍ର ସ୍ୱାଇଁ, ନିର୍ବାହୀ ଯନ୍ତ୍ରୀ ଏନ ଏଚ, ବଲାଙ୍ଗୀର, ସାମ୍ବାଦିକ ସ୍ୱାଧୀନ ମେହେର, ସାମ୍ବାଦିକ ମୃତ୍ୟୁଞ୍ଜୟ ଶତପଥୀ, ବେସରକାରୀ ବସ ମାଲିକ ସଙ୍ଘ ସଭାପତି ପୁରୁଷୋତ୍ତମ ପାଣିଗ୍ରାହୀ, ଟ୍ରକ ମାଲିକ ସଙ୍ଘ ପ୍ରତିନିଧି ରାଜୀବ ଲୋଚନ ପଟ୍ଟନାୟକ ଓ ସମାରୁ ସାହୁ, ଏମଭିଆଇ ବିଶ୍ବରଂଜନ ସାହୁ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ବିଭାଗୀୟ କର୍ମଚାରୀ, ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ