ଅବକାରୀ ବିଭାଗର ଚଢ଼ାଉ ୨୨୦ଲିଟର ମଦ ଜବତ, ୧ ଗିରଫ
 
        ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ଜିଲ୍ଲାର ଅବକାରୀ ବିଭାଗ ଓ ସୋନପୁର ମୋବାଇଲ ଟିମ୍ ପକ୍ଷରୁ ବେଆଇନ ଓ ଚୋରା ମଦ ବିକ୍ରି ବନ୍ଦ ପାଇଁ ଚଢାଉ ଜୋରଦାର କରିଛି। ଗତକାଲି ବିନିକା ଅବକାରୀ ବିଭାଗ ଓ ଜିଲ୍ଲା ମୋବାଇଲ ଟିମ୍ ମିଳିତ ଯାଞ୍ଚ ସମୟରେ ଡୁଙ୍ଗୁରିପାଲି ଥାନା ଚିନାଜୁରି ଏକ ରାସ୍ତାରେ OD17E-2501 ହିରୋ ଏଚଏଫ୍ ଡିଲକ୍ସ ବାଇକ ଯୋଗେ ମଦ ଧରି ଆସୁଥିବା ଲିଙ୍ଗବାର୍ଣି ଗ୍ରାମର ଅମରେଶ ସାହୁଙ୍କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ତାଙ୍କ ପାଖରୁ ୨୨୦ ଲିଟର ବେଆଇନ ରନ୍ଧା ମଦ ବାହାରିଥିଲା। ବାଇକ ଓ ମଦ ଜବତ କରିବା ସହ ଅଭିଯୁକ୍ତ ଅମରେଶକୁ ଗିରଫ କରଯାଇଥିଲା। ଏନେଇ ପି ଆର୍ କେସ ୧୧୯ /୨୦୨୪/୨୫ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତ ଅମରେଶ କୁ କୋର୍ଟ ଚାଲାଣ କରାଯାଇଥିଲା l କୋର୍ଟ ରେ ବେଲ୍ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତ କୁ ପଠେଇ ଦିଆଯାଇଥିବା ଅବକାରୀ ଅଧିକାରୀ ବଲଵୀର ଗଡନାୟକ ସୂଚନା ଦେଇଛନ୍ତି। ଏହି ଚଢାଉରେ ବିନିକା ଅବକାରୀ ଅଧିକାରୀ ବଲବିର ଗଡ଼ନାୟକ, ଜିଲ୍ଲା ଅବକାରୀ ଏସ ଆଇ ମୋବାଇଲଟିମ୍ ବିଶ୍ଵନାଥ ଭୋଇ, ଇନ୍ସପେକ୍ଟର ହରପ୍ରସାଦ ରଣା, ଏ ଏସ ଆଇ ଡୋଳାମଣି ପଧାନ, ପ୍ରୁଥିରାଜ କଅଁର, ପିଣ୍ଟୁ ସାହୁ ଷ୍ଟାଫ ଭାଗ୍ୟବାନ କୁମ୍ଭାର, ସୀତାରାମ ପଧାନ, ସମୀର ମିଶ୍ର, ଆକlଶ ସାହୁ, ରିଙ୍କି ସେଠ, ନମିତା ବାଦି ପ୍ରମୁଖ ସାମିଲ ଥିଲେ ।

 
                        
 
                                 
                                 
                                 
                                 
                                