ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଧରାପୃଷ୍ଟ ରେ ପ୍ରଭୁ ଗଣେଶ ଅବତରଣ ପୂର୍ବରୁ ଗଣେଶ ମୂର୍ତ୍ତି ତିଆରି କରିବା ବ୍ୟସ୍ତରେ ମୂର୍ତ୍ତି କାରିଗର I ଆସନ୍ତା ମାସ ସପ୍ଟେମ୍ବର ମାସ ପ୍ରଥମ ସପ୍ତାହ ରେ ଗଣେଶ ପୂଜା I ସମଗ୍ର ସହର ହେବ ଚଳଚଞ୍ଚଳ ଆଲୋକର ରଙ୍ଗୀନ ମାଳାରେ ସଜାହେବ ବିଭିନ୍ନ ଅନୁଷ୍ଠାନ ସହର ଏବଂ ଆଖପାଖ ଅଞ୍ଚଳରେ ଗଣେଶ ପୂଜା ନିମନ୍ତେ ମୂର୍ତ୍ତି ତିଆରି କରୁଥିବା ଦେଖିବାକୁ ମିଳିଛି I ପୂଜା ଆରମ୍ଭର ଏକ ମାସ ପୂର୍ବରୁ ବିଭିନ୍ନ ଗ୍ରାମର ଯୁବ ଗୋଷ୍ଠୀ ମାନେ ମୂର୍ତ୍ତି କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ତାହା ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି l ଗଣେଶ ପୂଜା ଆସିଲେ ପ୍ରତ୍ୟେକ ଗ୍ରାମର ବିଭିନ୍ନ ସାହିରେ ଏକ ଭିନ୍ନ ରକମର ଖୁସିର ଲହରୀ ଦେଖିବାକୁ ମିଳିଥାଏ l ପ୍ରତି ସାହିରେ ଯୁବ ଗୋଷ୍ଠୀଙ୍କ ଦ୍ଵାରା ପ୍ରଭୁ ଗଣେଶଙ୍କ ମୂର୍ତ୍ତି ରଖି ବହୁ ଧୁମଧାମରେ ପୂଜାର୍ଚ୍ଚନା କରିବା ସହ ସନ୍ଧ୍ୟାରୁ ରାତ୍ର କାଳୀନ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ I ଏହି ପରିପ୍ରେକ୍ଷୀରେ ଟାଉନର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଫ୍ରେଣ୍ଡସ ଗ୍ରୁପ ତରଫରୁ ଅଷ୍ଟମ ବାର୍ଷିକ ଗଣେଷ ପୂଜା ଆୟୋଜନ କରୁଛି l ଗ୍ରୁପ ତରଫରୁ ଆୟୋଜିତ ପୂଜା ମା ‘ ପାଟଖଣ୍ଡା ମନ୍ଦିର ପରିସରରେ ଥିବା ପୂଜା ମଣ୍ଡପରେ ଆୟୋଜନ ପାଇଁ କୋଲକାତାରୁ ଆସିଥିବା ବରିଷ୍ଠ ଦକ୍ଷ ମୂର୍ତ୍ତି କାରିଗରଙ୍କ ଦ୍ୱାରା ମୂର୍ତ୍ତିର କାରୁକାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି l ଏ ନେଇ ଗ୍ରୁପ ତରଫରୁ ଉକ୍ତ ଦିନ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆକର୍ଷଣୀୟ ପ୍ରସାଦ ସେବନର ବ୍ୟବସ୍ଥା ରହିଥିବା କୁହାଯାଇଛି l ଏତଦ ବ୍ୟତୀତ ଟାଉନର ବିଭିନ୍ନ ଶିକ୍ଷା ଶିକ୍ଷାନୁଷ୍ଠାନ, ସାଂସ୍କୃତିକ ଓ ସ୍ବେଛାସେବୀ ଅନୁଷ୍ଠାନ ଗୁଡ଼ିକରେ ରେ ମଧ୍ୟ ଗଣେଶ ପୂଜା ବଡ଼ ଉତ୍ସାହର ସହ ପାଳନ କରିବା ପାଇଁ ଜୋରସୋରରେ ଲାଗିଥିବା ଦେଖିବାକୁ ମିଳୁଛି।