Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଏସୟୁଜେ ପକ୍ଷରୁ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ୭ ଦଫା ଦାବିପତ୍ର ପ୍ରଦାନ

ସମ୍ବଲପୁର:ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ଯାର ସମାଧାନ ପାଇଁ ଷ୍ଟେଟ୍ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ(ଏସୟୁଜେ) ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ରାଜ୍ଯର ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ଦାବିପତ୍ର ପ୍ରେରଣ କରାଯାଇଛି। ସମ୍ବଲପୁର ଶାଖାର ଜିଲ୍ଲା ସଭାପତି ରବିନ୍ଦ୍ର ପ୍ରସାଦ ଦାନୀ ଓ ସାଧାରଣ ସମ୍ପାଦକ ପ୍ରମୋଦ କୁମାର ବହିଦାରଙ୍କ ନେତୃତ୍ୱରେ ସଂଘର ସଦସ୍ଯମାନେ ସ୍ଥାନୀୟ ନେଲସନ ମଣ୍ଡେଲା ଛକରୁ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ଅନପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସୁଚାରୁ କୁମାର ବଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ୭ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ।
ଦେଶର ଅନ୍ୟ ରାଜ୍ୟଭଳି ଓଡ଼ିଶାରେ ଅବସରପ୍ରାପ୍ତ ସାମ୍ବାଦିକଙ୍କୁ ମାସିକ ୨୫ ହଜାର ଟଙ୍କାର ଭତ୍ତା ଓ ପେନସନ୍ ପ୍ରଦାନ, ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ୬୦ ବର୍ଷ ବା ତାଠାରୁ ଊର୍ଦ୍ଦ୍ବ ବୟସ୍କ ସାମ୍ବାଦିକଙ୍କ ନିଯୁକ୍ତି ସୁପାରିସ୍ ପତ୍ର ନିୟମ ଉଛେଦ ସହ ସ୍ବୟଂ ନବୀକରଣ ବ୍ଯବସ୍ଥା ଲାଗୁ କରିବା, ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନାରେ ପିତାମାତାଙ୍କୁ ସାମିଲ ସହିତ ବୀମାରାଶିକୁ ୫ଲକ୍ଷ ଟଙ୍କା ପରିବର୍ତ୍ତେ ୨୦ ଲକ୍ଷଟଙ୍କାକୁ ବୃଦ୍ଧି କରିବା, ଭୁବନେଶ୍ୱରକୁ ବୁଲିବା ବା କମରେ ଆସୁଥିବା ସାମ୍ବାଦିକଙ୍କ ସହ ପରିବାରବର୍ଗଙ୍କ ସୁଲଭ ମୂଲ୍ୟରେ ରହଣୀ ପାଇଁ ସାମ୍ବାଦିକ ଭବନର ନିର୍ମାଣ, କୌଣସି କାରଣରୁ ମୃତ୍ୟୁବରଣ କରୁଥିବା ସାମ୍ବାଦିକଙ୍କ ପରିବାରଙ୍କୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ, ଯଥାଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ଓ ରାଜ୍ୟର ବିଭିନ୍ନ ସରକାରୀ ତାକ ବଙ୍ଗଳା, ଅତିଥି ଭବନ ଓ ସର୍କିଟ ହାଉସ୍‌ମାନଙ୍କରେ ସାମ୍ବାଦିକମାନଙ୍କୁ ସୁଲଭ ମୂଲ୍ୟରେ ରହଣୀ ବ୍ୟବସ୍ଥା କରିବାକୁ ଏସୟୁଜେ ପକ୍ଷରୁ ଦାବି କରାଯାଇଛି। ଏଥିରେ ଅନ୍ଯମାନଙ୍କ ମଧ୍ଯରେ ଜିତେନ୍ଦ୍ର ମୁଦୁଲି, ସତ୍ୟପ୍ରିୟ ମହାପାତ୍ର, ଅଶୋକ କୁମାର ପଟେଲ, ନରେନ୍ଦ୍ର କୁମାର ସାହୁ, ପ୍ରଦ୍ୟୁମ୍ନ ବିଶି, ଅନିଲ ଶ୍ରୀରାମକା, ହେମନ୍ତ ଭଇଁସା, ଆଲୋକ ପ୍ରମୋଦ ସାମିଲ ହୋଇଥିଲେ।