Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସେପ୍ଟେମ୍ବର ୧ ରୁ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରାଣୀ ସମ୍ପଦ ଗଣନା

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ପ୍ରାଣୀଙ୍କ ପ୍ରଜାତି ସହିତ ପ୍ରାଣୀଙ୍କ ସଂଖ୍ୟା ଓ ପରିବାରର ଆର୍ଥିକ ସ୍ଥିତି ସମ୍ପର୍କରେ ଗଣନା ସାରା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି। ଏହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଚାରିମାସ ମଧ୍ୟରେ ଗଣନାକୁ ନିର୍ଭୁଲ ଭାବରେ ସୁବର୍ଣ୍ଣପୁର ଜିଲ୍ଲାରେ କେମିତି ସମ୍ପାଦନ କରାଯାଇ ପାରିବ ତା ଉପରେ ଏକ ଜିଲ୍ଲା ସ୍ତରୀୟ ତାଲିମ ଶିବିର କୃଷି ବିଜ୍ଞାନ କେନ୍ଦ୍ର, ସମ୍ବିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପରମାନନ୍ଦ ସେଠୀ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପଧାନ ଯୋଗଦେଇ ପ୍ରାଣୀଧନ ଗଣନା ସରକାରଙ୍କ ବିଭିନ୍ନ ଯୋଜନା ପ୍ରଣୟନରେ ଗୁରୁତ୍ୱ ବହନ କରୁଥିବାରୁ ଏହାକୁ ସଠିକ ରୂପରେ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ.ତ୍ରିନାଥ ଖଣ୍ଡାୟତ ରାୟ ବରିଷ୍ଠ ବୈଜ୍ଞାନିକ, ଶ୍ରୀମତୀ ପ୍ରିୟମ୍ବଦା ଲୋପମୁଦ୍ରା ରାୟ, ବୈଜ୍ଞାନିକ ଓ ଶ୍ରୀଯୁକ୍ତ ହୃଷିକେଶ ଦାସ, ଉପ ନିର୍ଦେଶକ ଉଦ୍ୟାନ ବିଭାଗ, ସୁବର୍ଣ୍ଣପୁର ସଂମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ବିରମହରାଜପୁର ଡା. ଅଜୟ କୁମାର ସାହୁ ତଥା ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ଯୋଗ ଦେଇଥିଲେ। ୪୯ ଜଣ ଗଣନାକାରୀ ଏବଂ ୧୩ ଜଣ ପରିଦର୍ଶକ ଉକ୍ତ ତାଲିମ କାର୍ଯ୍ୟରେ ଯୋଗ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ୮୫୯ ଖଣ୍ଡ ଗାଁ ସହିତ ବିନିକା, ତରଭା ବିଜ୍ଞାପିତ ଅଂଚଳ ଓ ସୋନପୁର ମ୍ୟୁନିସିପାଲଟି ର ୩୯ ଟି ୱାର୍ଡରେ ଏକ ସଙ୍ଗେ ଗଣନା ସମ୍ପୂର୍ଣ କରିବାକୁ ତାଲିମ ନେଇ ଥିଲେ। ଜିଲ୍ଲା ନୋଡାଲ ଅଫିସର ଭାବରେ ଡା. ଦୁର୍ଗା ପ୍ରସାଦ ତ୍ରିପାଠୀ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ସୋନପୁର ତାଲିମ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଅଫିସର ପରିସଂଖ୍ୟାନ ଗଣନାକାରୀ ଶ୍ରୀ ଚିନ୍ମୟ ଭୁକ୍ତ ଓ ଶ୍ରୀ ଦେବେନ୍ଦ୍ର ସାହୁ ସହଯୋଗ କରିଥିଲେ। ଶ୍ରୀମତୀ ମମତା ପଣ୍ଡା ସଭା ପରିଚାଳନା ଓ ଡା. ସୁଧୀର ପଣ୍ଡା, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।