Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଲୁଣ୍ଡା ରେଞ୍ଜ ଚନ୍ଦିଲି ଜଙ୍ଗଲରୁ ବନ୍ଧୁକ ସହ ୨ ଶିକାରୀ ଗିରଫ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଚନ୍ଦିଲି ସଂରକ୍ଷିତ ଜଙ୍ଗଲରୁ ଶୁକ୍ରବାର ୨ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଥିବା ବେଳେ ତାଙ୍କ ପାଖରୁ ଏକ ବନ୍ଧୁକ ମଧ୍ୟ ଜବତ କରିଛି। ସେହି ଦୁଇ ଜଣ ଶିକାରୀ ହେଲେ ଶରତ ମହନ୍ତ, ମୁରଲୀ ବାରିକ। ସୂଚନା ଅନୁସାରେ ଜଙ୍ଗଲକୁ ଶିକାର ଉଦ୍ଦେଶ୍ୟରେ ପ୍ରାୟ ୮ ରୁ ୧୨ ଜଣ ଶିକାରୀ ଯାଇଥିବା ଖବର ବନ ବିଭାଗ ପାଇଥିଲା। ଖବର ପାଇବା ପରେ ଉଲୁଣ୍ଡା ରେଞ୍ଜର ସଂଜୀବ ରାଉତଙ୍କ ନିର୍ଦ୍ଦେଶ କ୍ରମେ ବନପାଳ ରାଜୀବ ସାହୁ, ବିନୋଦ ସାହୁ ଙ୍କ ସହ ଏକ ଟିମ୍ ଜଙ୍ଗଲ ରେ ଚଢାଉ କରିଥିଲେ। ଏହି ଖବର ଶିକାରୀ ମାନେ ପାଇବା ପରେ ଘଟଣାସ୍ଥଳରୁ ଫେରାର ମାରୁଥିବା ଶିକାରୀଙ୍କ ମଧ୍ୟରୁ ଉକ୍ତ ଦୁଇ ଜଣ ଶିକାରୀଙ୍କୁ ବନବିଭାଗ କାବୁ କରିଥିବା ବେଳେ ଅନ୍ୟ ମାନେ ଫେରାର ହୋଇ ଯାଇଥିଲେ। ସେଠାରୁ ଦୁଇଟି ଟାଙ୍ଗିଆ, କଢେଇ, ବନ୍ଧୁକ ଇତ୍ୟାଦି ସାମଗ୍ରୀ ଜବତ କରିବା ସହ ଏ ନେଇ ଏକ ମାମଲା ୧୧୪/୨୪ ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ଶ୍ରୀ ରାଉତ ସୂଚନା ଦେଇଛନ୍ତି। ରେଞ୍ଜର ଶ୍ରୀ ରାଉତଙ୍କ ଏତା ଦୃଶ୍ୟ କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣ ତଥା ବୁଦ୍ଧିଜିବୀ ମାନେ ବେଶ୍ ପ୍ରଂଶସା କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ