Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଭାଗନେଲେ ଛାତ୍ରଛାତ୍ରୀ

କଳାହାଣ୍ଡି:୩୧/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ ପକ୍ଷରୁ ଶନିବାର ସ୍ଥାନୀୟ ସରକାରୀ ୟୁପି ସ୍କୁଲ ପରିସର ରେ ବ୍ଲକ ସ୍ତରୀୟ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କୁ ନେଇ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪ କାର୍ଯ୍ୟକ୍ରମ ରେ କନିଷ୍ଠ, ବରିଷ୍ଠ ଛାତ୍ରଛାତ୍ରୀ ଙ୍କୁ ନେଇ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କୋକସରା ବ୍ଲକ ବିଇଓ ରଶ୍ମିତା ନେତମ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ,ମୁଖ୍ୟବକ୍ତା ଭାବେ ବିଆରସିସି ତୋଫାନ ମାଝୀ,ସମ୍ମାନିତ ଅତିଥି ଭାବେ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ,ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ଵାଲା ଠାକୁର ଯୋଗଦେଇ ସାଧାରଣ ଜ୍ଞାନ ଆହରଣ କଲେ ପ୍ରତିଟି କ୍ଷେତ୍ରରେ ଶିକ୍ଷା ର ଅଗ୍ରଗତି ପାଇଁ ସହାୟକ ହେବ ବୋଳି ଛାତ୍ରଛାତ୍ରୀ ଙ୍କୁ ପରାମର୍ଶ ଦେବାସହ ଉତ୍ସାହିତ କରିଥିଲେ। ପ୍ରତିଯୋଗିତାର କନିଷ୍ଠ ଓ ବରିଷ୍ଠ ବିଭାଗ ରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଙ୍କୁ ଉପସ୍ଥିତ ଅତିଥିମାନେ ସାର୍ଟିଫିକେଟ ପ୍ରଦାନ କରିଥିଲେ। ଶିକ୍ଷକ ପ୍ରଶାନ୍ତ କୁମାର ଶବର ମଞ୍ଚ ପରିଚାଳନା କରିଥିବା ବେଳେ ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ କୁ ଗୋଷ୍ଠି ଶିକ୍ଷା ବିଭାଗ ର ସମସ୍ତ ସିଆରସିସି ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।