Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଧୁଗାଁ ପୋଲିସ ଦ୍ୱାରା ୧୬୦ ଲିଟର ମଦ ଯବତ

ନାରାୟଣପାଟଣା: ଲକ୍ଷ୍ମୀପୁର ଏସଡିପିଓଙ୍କ ନେତୃତ୍ଵରେ ବନ୍ଧୁଗାଁ ପୋଲିସ ତରଫରୁ ଏଡଗୁମବାଲସା ଠାରେ ଚାଲିଥିବା ଏକ ‌ଦେଶି ଭାଟି ଉପରେ ଚଢାଉ କରାଯାଇଥିଲା।ପୋଲିସକୁ ଦେଖି ଭାଟିରେ ଥିବା ସମସ୍ତେ ଦଉଡି ପଳାଇଥିବା ବେଳେ ମଦ ରନ୍ଧାରେ ବ୍ୟବହୃତ ୮ଟି ରସ ହାଣ୍ଡି,୨୪ଟି ପ୍ଲାଷ୍ଟିକ୍ ଜାକିନ୍ ଓ ୧୩ଟି ପ୍ଲାଷ୍ଟିକ୍ ଡ୍ରମ୍ ସମେତ ୧୬୦ ଲିଟର ଦେଶି ମଦ ପୋଲିସ ଜବତ କରିଛି। ଅବକାରୀ ବିଭାଗ ଥାଇ ବି ତାଙ୍କ କାମ ପୋଲିସ କରୁଛି। ଯାହାକି ଅବକାରି ବିଭାଗର ଦକ୍ଷତାକୁ ନେଇ ସାଧାରଣରେ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି। ବର୍ତମାନ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଓ ନାରାୟଣପାଟଣା ବ୍ଲକରେ ଚାଲିଛି ମଦର ବନ୍ୟା, କିନ୍ତୁ ଅବକାରି ବିଭାଗ ନିଘୋଡ ନିଦରେ ଶୋଇ ରହିଛି। ଘରେ ଘରେ ବିଦେଶି ମଦ ବିକ୍ରି ହେଉଥିଲେ ମଧ୍ୟ ବିଭାଗ ସେଥି ପ୍ରତି ଆଖି ବୁଝି ଦେଇଛି। କିନ୍ତୁ ବିଦେଶି ମଦ ବିକୁଥିବା ଲୋକଙ୍କୁ ଛାଡି କେସ ବଢାଇବା ନାଁରେ କିଛି ଦେଶି ମଦ ବିକ୍ରି କରୁଥିବା ଲୋକଙ୍କୁ ଗିରଫ କରି ମାମଲା ରୁଜୁ କରୁଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ତେଣୁ ବିଭାଗୀୟ ଅଧିକାରି ଏଭଳି କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories