Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବଦଳୁଛି ସ୍କୁଲର ରୂପରେଖ; ଆଜି ୩୫୭ଟି ହାଇସ୍କୁଲର ହେବ ରୂପାନ୍ତରଣ

ଭୁବନେଶ୍ବର: ଜୋରସୋରରେ ଚାଲିଛି ସ୍କୁଲ ଭିତ୍ତିଭୂମିର ବିକାଶ। ବଦଳୁଛି ସରକାରୀ ସ୍କୁଲର ରୂପରେଖ । ହାଇଟେକ୍ ହେଉଛି ହାଇସ୍କୁଲ । ସ୍କୁଲ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କ 5T ଉପକ୍ରମରେ ହାଇସ୍କୁଲର ରୂପାନ୍ତରଣ ଚାଲିଛି । ଆଜି ୪ଟି ଜିଲ୍ଲାର ୩୫୭ଟି ହାଇସ୍କୁଲ ରୂପାନ୍ତରଣ ହେବ। ଆଧୁନିକ ଢାଞ୍ଚାରେ ବଦଳୁଛି ସ୍କୁଲର ରୂପରେଖ। ଆଧୁନିକ ଟେକନୋଲୋଜିରେ ଡିଜିଟାଲ ଓ ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରୀ ଓ ଲାବୋରୋଟାରୀ, ଶୈଖିକ ପରିବେଶ ଦ୍ବାରା ପିଲାଙ୍କ ପାଠପଢ଼ା ଢାଞ୍ଚା ପରିବର୍ତ୍ତନ ହୋଇଛି ।

ଅପରାହ୍ନ ୫ଟାରେ ହାଇଟେକ୍‌ ସ୍କୁଲ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁଗୁଳ ଜିଲ୍ଲାର ୮୭ଟି ହାଇସ୍କୁଲ, ଗଞ୍ଜାମ ଜିଲ୍ଲାର ୧୦୬ ହାଇସ୍କୁଲ, କେନ୍ଦୁଝରର ୫୭ ଓ ଜଗତସିଂହପୁରର ୧୦୭ ହାଇସ୍କୁଲ ରୂପାନ୍ତରଣର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏବେସୁଦ୍ଧା ହଜାରେରୁ ଅଧିକ ହାଇସ୍କୁଲ ରୂପାନ୍ତରଣ ହେଲାଣି । ସୂଚନା ଅନୁଯାୟୀ ଆସନ୍ତାକାଲି ୩ଟି ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣର ଶୁଭାରମ୍ଭ ହେବ। କୋରାପୁଟର ୫୮, ବଲାଙ୍ଗୀରର ଶହେ ଓ ସମ୍ବଲପୁରର ୬୧ ହାଇସ୍କୁଲ ରୂପାନ୍ତିରତ ହେବ ।