ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ଚିଠି ସାହିତ୍ୟର ସୌଦାଗର ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ତଥା ଦୀର୍ଘ୍ ଦିନରୁ ଭୟଙ୍କର ହୃଦରୋଗ ରେ ସଂକ୍ରମିତ ଥିବା ପ୍ରଫୁଲ୍ଲ ପଣ୍ଡା ଙ୍କ ଏକ ଚିଠି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଚିଠି ରେ ଏମିତି ଭରପୁର ଆଧ୍ୟାତ୍ମିକ ବାର୍ତ୍ତା, ଦିବ୍ୟ ଭାବନା, ପ୍ରେରଣା, ଚିନ୍ମୟ ଚେତନା ର ଗାଥା, ଅମୃତ ଅନୁଭବ ରହିଛି ଯେ, ହଜାର ହଜାର ପାଠକ ପାଠିକା ଙ୍କ ହୃଦୟ ଜୟ କରିବା ସହ ଭକ୍ତି ରସ ରେ ଭିଜାଇବାରେ ସହାୟକ ହୋଇଛି। ଏପରିକି ଏହା ଏବେ ଏକ ଟେଲି ଫିଲ୍ମ ର ରୂପ ନେବାକୁ ଯାଉଛି।
ଏକ ଘଡି ସନ୍ଧି ମୂହୁର୍ତ୍ତ ରେ ରାଜ୍ୟ ସରକାର ସେ ସମୟ ରେ ଶ୍ରୀ ରଞ୍ଜନ କୁମାର ଦାସ (ଆଇ. ଏ. ଏସ୍.) ଙ୍କୁ ପୁରୀ ଶ୍ରୀ ମନ୍ଦିର ର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ନିଯୁକ୍ତି ଦିଅନ୍ତି। ସେ ସମୟ ରେ ପ୍ରଶାସକ ଶ୍ରୀ ଦାସ ଙ୍କ ପାଇଁ ଏହି ଗୁରୁ ଦାୟିତ୍ବ ତୁଲାଇବା ପାଈଁ ବଡ଼ ଆହ୍ବାନ ଥିଲା। ସେ ନିଜକୁ ଏକୁଟିଆ ମନେ କରନ୍ତି। ମହା ପ୍ରଭୁ ଜଗନ୍ନାଥଙ୍କ ଶ୍ରୀ ମନ୍ଦିରର ସଂସ୍କାର ରେ ଲାଗି ପଡ଼ନ୍ତି।
ଘଟଣା କ୍ରମେ ପ୍ରଫୁଲ୍ଲ ପଣ୍ଡା ଙ୍କ ସହ ଏକ ଦିବ୍ୟ ସ୍ଵପ୍ନ ରେ ପ୍ରଶାସକ ଶ୍ରୀ ଦାସ ଙ୍କ ସହ ଶ୍ରୀ ମନ୍ଦିର ସାମ୍ନା ରେ ଭେଟ ହୁଏ। ତାପରେ…., ସେହି ଦିବ୍ୟ ସ୍ଵପ୍ନ ରେ ଯାହା ଅଲୌକିକ ଘଟଣା ଘଟି ଗଲା ତାକୁ ପ୍ରଫୁଲ୍ଲ ଶବ୍ଦ ଶବ୍ଦ ରେ ମାଳା ଗୁନ୍ଥି ଏକ ଦିର୍ଘ୍ ଚିଠି ରେ ତାଙ୍କ ର ସେ ମୃଣ୍ମୟ ସ୍ଵପ୍ନ ମାଳାକୁ ଶ୍ରୀ ଦାସଙ୍କୁ ଏକ ଐଶ୍ୱରୀୟ ଉପହାର ଦିଅନ୍ତି। ଉଭୟଙ୍କ ମଧ୍ୟରେ କେବେ ସାକ୍ଷାତ୍ ନହୋଇ ଥିଲେ ମଧ୍ଯ ପ୍ରଫୁଲ୍ଲ ଙ୍କ ଅଲୌକିକ ସନ୍ଦେଶ ଭରା ଅମୃତ ଦିବ୍ୟ ପ୍ରେମ ଚିଠି ପ୍ରଶାସକ ଶ୍ରୀ ଦାସ ଙ୍କୁ ଅନୁପ୍ରାଣିତ କରେ। ଦିବ୍ୟ ଦିଗନ୍ତ କୁ ଟାଣି ନିଏ। ଚିଠି ଆଦାନ ପ୍ରଦାନ ରୁ ଉଭୟଙ୍କ ମଧ୍ୟରେ ନିବିଡ଼ ସଂପର୍କ ଗଢ଼ି ଉଠେ। ତାଙ୍କର ନୀତି ନିଷ୍ଠା, କର୍ତ୍ତବ୍ୟ ପାରାୟଣତା, ପ୍ରଫୁଲ୍ଲଙ୍କ ଦିବ୍ୟ ପ୍ରେମର ବାର୍ତ୍ତା ତାଙ୍କୁ ଆଗେଇବା ସହ ପଦବୀ ର ଗାରିମା ବୃଦ୍ଧି ରେ ସହାୟକ ହୁଏ। ଶ୍ରୀ ଜଗନ୍ନାଥଙ୍କ ଭକ୍ତି ପ୍ରେମ ରେ ଭିଜି ଯାଇ ଭଲ ପଦକ୍ଷେପ ମାନ ନିଅନ୍ତି। ଜଣେ ଦକ୍ଷ ପ୍ରଶାସକ ଭାବେ ପରିଚିତ ହୁଅନ୍ତି। ଯାହା କି ପ୍ରଶଂସନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ଇତିହାସ ରେ।
ତେବେ, ଶ୍ରୀ ଦାସ ପ୍ରଫୁଲ୍ଲ ଙ୍କ ଠାରୁ ପାଇଥିବା ଚିଠି ସମୂହ କୁ ଚିଠି ସାହିତ୍ୟ ସର୍ଜନା ର ରୂପ ଦେଇ ଏକ ଅମୃତ କାହାଣୀ ଲେଖନ୍ତି। ତାଙ୍କ ଏହି କାହାଣୀ ର ନାମ ହୁଏ “ଚିନ୍ମୟ ଚେତନା ର ଏକ ମୃଣ୍ମୟ ସ୍ଵପ୍ନ ” । ଏହି ଦିବ୍ୟ ଭାବନା, ପ୍ରଫୁଲ୍ଲଙ୍କ ଚିଠି ଗୁଡ଼ିକ ର ସାରମର୍ମ, ପ୍ରଶାସକ ଙ୍କ ଆଧ୍ୟାତ୍ମିକ କମ୍ପନ, ଶିହରଣ, ସଫଳତା ଏହି କାହାଣୀ ମାଧ୍ୟମ ରେ ଶ୍ରୀ ଜଗନ୍ନାଥ ମନ୍ଦିର ର ବିଶେଷ ମୁଖ ପତ୍ର ଶ୍ରୀ ମନ୍ଦିର ରଥ ଯାତ୍ରା ବିଶେଷାଙ୍କ ୨୦୨୪ରେ ପ୍ରକାଶ ପାଏ। ମୁଖ୍ୟ ପ୍ରଶାସକ ଶ୍ରୀ ଦାସ ପ୍ରଫୁଲ୍ଲ ଙ୍କ ଚିଠି କୁ ପତ୍ର ସାହିତ୍ୟର ସ୍ଵୀକୃତି ଦେଇ ତାଙ୍କ କାର୍ଯ୍ୟ ଧାରା ପାଇଁ ହଜାର ହଜାର ଶ୍ରୀ ଜଗନ୍ନାଥ ପ୍ରେମୀ ଙ୍କ ହୃଦୟ କୁ ଜୟ କରି ନେଇଛନ୍ତି। ଅଧ୍ୟାପିକା ଜଣେ ଏହି ମୃଣ୍ମୟ ସ୍ଵପ୍ନ ମାଳା କୁ ଏକ ଟେଲି ଫିଲ୍ମ ନିର୍ମାଣ କରିବା ପାଇଁ ନିଜର ଇଚ୍ଛା ବ୍ୟକ୍ତ କରିଛନ୍ତି।
ସୂଚନା ଯୋଗ୍ୟ ଯେ, ଶ୍ରୀ ଦାସ ଶ୍ରୀ ଜଗନ୍ନାଥ ମନ୍ଦିର ର ମୁଖ୍ୟ ପ୍ରଶାସକ ପରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଭାବେ, କଟକ ରେ ନିଜ ଗୁରୁ ଦାୟିତ୍ବ ତୁଲାଇ ଇତି ମଧ୍ୟରେ ଅବସର ଗ୍ରହଣ କରିସାରିଛନ୍ତି। ଶ୍ରୀ ଦାସ ଶ୍ରୀ ମନ୍ଦିର ରେ ଥିବା ସମୟ ରେ ଅନେକ ଭଲ ଓ ଦୃଢ଼ ପଦକ୍ଷେପ ଗୁଡ଼ିକୁ ପୁରୀ ବାସୀ, ଶ୍ରଦ୍ଧାଳୁ ଭକ୍ତମାନେ ଏବେ ବି ମନେ ପକେଇ ତାଙ୍କୁ ସ୍ମରଣ କରୁଛନ୍ତି।
ପ୍ରଶାସକ ଶ୍ରୀ ଦାସ ପ୍ରଫୁଲ୍ଲଙ୍କୁ ଦେଈ ଥିବା ପତ୍ର ରେ ଚିଠି ଗୁଡ଼ିକ ତାଙ୍କ ପାଇଁ ଚେତନା ର ଉଜ୍ବଳ ପ୍ରଦୀପ ପରି ଅନୁଭବ ହେଉ ଥିଲା ବୋଲି ଲେଖି ଛନ୍ତି।ଯାହାକି ଏହି ଚିଠି ସାହିତ୍ୟର ଅମଳିନ ବ୍ୟକ୍ତିତ୍ୱଙ୍କ ପ୍ରତିଭା ପରିପ୍ରକାଶ କୁହାଯିବ l ଏହାକୁ ନେଇ ବର୍ତ୍ତମାନ ଏହି ଚିଠି ସାହିତ୍ୟର ସୌଦାଗର ସାମ୍ବାଦିକ ପ୍ରଫୁଲ୍ଲ ପଣ୍ଡା ଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଚୁଟିବାରେ ଲାଗିଛି l